Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ଛାଡି ବିଜେପିରେ ମିଶିଲେ ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ

ଭୁବନେଶ୍ୱର: ନିକଟରେ ବିଜେଡି ଛାଡି ବିଜେପିରେ ମିଶିଥିଲେ ବିଜେଡିର ସଂଗଠନ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାମୁ । ଆଉ ଆଜି ବିଜେପିରେ ମିଶିଛନ୍ତି ଚାନ୍ଦବାଲି ବିଧାୟକ ତଥା ବିଜେଡି ନେତା ବ୍ୟୋମକେଶ ରାୟଙ୍କ ମାମୁ ଅଜୟ ନାୟକ । ବିଜେଡି ରାଜ୍ୟ ସଂପାଦକ ଥିଲେ ଅଜୟ ନାୟକ । ଆଜି ସେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶନିବାର ଆୟୋଜିତ ମିଶ୍ରଣ ପର୍ବରେ ସେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ଏହି ସମୟରେ ଭଦ୍ରକ ବିଜେପି ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରି ସେ ବିଜେଡି ଛାଡିଥିବା କୁହାଯାଉଛି । ଏହା ପୂର୍ବରୁ ଟିକେଟ୍ ନ ମିଳିବା କାରଣରୁ ବିଜେଡି ଛାଡି ବିଜେପିରେ ମିଶିଥିଲେ ପ୍ରଣବଙ୍କ ମାମୁ । ସେ ବିଜେଡି ସହ ଭଣଜା ବବିଙ୍କ ପ୍ରତି ବିଷୋଦଗାର କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ