Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୯ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ବାଲେଶ୍ୱରରୁ ଲଢିବେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଆଉ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହାକୁ ମିଶାଇ ଦଳ ୧୭ଟି ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି । ଦ୍ୱିତୀୟ ପର୍ଯ୍ୟାୟରେ ୮ଟି ଆସନରେ ପ୍ରାର୍ଥୀ ବଦଳିଛନ୍ତି । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ୨ ଜଣ ମହିଳା ଥିବା ବେଳେ କଂଗ୍ରେସକୁ ଫେରିଥିବା ଶ୍ରୀକାନ୍ତ ଜେନାଙ୍କୁ ଦଳ ବାଲେଶ୍ୱର ଲୋକସଭାରୁ ପ୍ରାର୍ଥୀ କରିଛି । ଭୁବନେଶ୍ୱରରୁ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କୁ ଦଳ କରିଛି ପ୍ରାର୍ଥୀ କରିଛି ।

କଂଗ୍ରେସର ପ୍ରାର୍ଥୀ ତାଲିକା ଅନୁଯାୟୀ

କେନ୍ଦୁଝର- ମୋହନ ହେମ୍ବ୍ରମ
ବାଲେଶ୍ୱର- ଶ୍ରୀକାନ୍ତ ଜେନା
ଭଦ୍ରକ- ଅନନ୍ତ ପ୍ରସାଦ ସେଠୀ
ଯାଜପୁର- ଅଂଚଳ ଦାସ
ଢେଙ୍କାନାଳ- ସସ୍ମିତା ବେହେରା
କେନ୍ଦ୍ରାପଡା- ସିଦ୍ଧାର୍ଥ ସ୍ୱରୂପ ଦାସ
ଜଗତସିଂହପୁର- ରବିନ୍ଦ୍ର କୁମାର ସେଠୀ
ପୁରୀ- ସୁଚରିତା ମହାନ୍ତି
ଭୁୁବନେଶ୍ୱର- ୟାସିର ନୱାଜ

ଏହା ସହିତ ଏଯାବତ ମୋଟ ୧୭ଟି ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। ଆଉ ୪ଟି ଆସନ- ସମ୍ବଲପୁର, ଆସିକା, କଟକ ଓ ମୟୂରଭଞ୍ଜରେ ଦଳ ପ୍ରାର୍ଥୀ ଘୋଷଣା ବାକି ରହିଛି। ଗତ ୨ ତାରିଖରେ ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଦଳ ବରଗଡ଼ରୁ ସଂଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗିରରୁ ମନୋଜ ମିଶ୍ର, କଳାହାଣ୍ଡିରୁ ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମିର ଚାନ୍ଦ ନାୟକ, ବ୍ରହ୍ମପୁରରୁ ରଶ୍ମିରଂଜନ ପଟ୍ଟନାୟକ ଓ କୋରାପୁଟରୁ ସପ୍ତଗିରି ଉଲାକାଙ୍କ ନାଁ ଘୋଷଣା କରିଥିଲା।

ବିଧାସନଭା ନିର୍ବାଚନ ପାଇଁ ଦଳ ଏ ପର୍ଯ୍ୟନ୍ତ ମାତ୍ର ୪୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୯୮ଟି ବାକି ରହିଛି । ବିଜେପି ଓ ବିଜେଡି ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ବାଲେଶ୍ୱରରେ ଶ୍ରୀକାନ୍ତ ଜେନାଙ୍କ ଲଢ଼େଇ ବିଜେପି ନେତା ତଥା ବର୍ତ୍ତମାନର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହିତ ହେବ।