Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦ୍ମ ଧରିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ

ଭୁବନେଶ୍ୱର: ପଦ୍ମ ଧରିଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ । ଜ୍ୟୋତିଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସୋମବାର ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦମ୍ପତି ସାମିଲ ହୋଇଛନ୍ତି । ଏପ୍ରିଲ ୧୧ରେ ଜ୍ୟୋତି ଏବଂ ତାଙ୍କ ସ୍ୱାମୀ ବିଜେଡିରୁ ଇସ୍ତଫା ଦେଇଥିଲେ । ଏହା ପରେ ତାଙ୍କର ବିଜେପିରେ ମିଶିବା ନେଇ ଚର୍ଚ୍ଚା ଚାଲିଥିଲା ।

 ଜ୍ୟୋତି ପାଣିଗ୍ରାହୀ ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ। ସେ ଦଳ ଛାଡ଼ିବା ପରେ ବିଜେଡି ଉପରେ ବର୍ଷିଥିଲେ। ବିଜେଡିରୁ ଇସ୍ତଫା ଦେବା ସମୟରେ ଜ୍ୟୋତି କହିଥିଲେ ଦୀର୍ଘ ପ୍ରାୟ ୩୦ ବର୍ଷ ଧରି ବିଜେଡି ଏବଂ ଜନତା ଦଳ ସହ ଜଡିତ ରହିବା ପରେ ମୁଁ ଅତ୍ୟଧିକ ଦୁଃଖର ସହ ବିଜୁ ମହିଳା ଜନତା ଦଳର ବରିଷ୍ଠ ଉପସଭାପତି ତଥା ସୁନ୍ଦରଗଡ ଜିଲ୍ଲାର ପର‌୍ୟ୍ୟବେକ୍ଷକ ପଦରୁ ଇସ୍ତଫା ଦେଉଛି । ପାର୍ଟି ଭିତରେ ଅରାଜକତା ଓ ବିଷମତା ଚାଲିଥିବାରୁ ନିଜକୁ ଏକାକୀ ଅନୂଭବ କରିଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟରେ ମଧ୍ୟ ପହଂଚି ପାରୁ ନ ଥିବା କାରଣରୁ ମୁଁ ପାର୍ଟି ଛାଡିବାକୁ ଆଜି ବାଧ୍ୟ ହୋଇଛି । ତାଙ୍କ ସ୍ୱାମୀ ସରୋଜ ମଧ୍ୟ କାହିଁକି ବିଜେଡି ଛାଡିଲେ ତାର କାରଣ ମଧ୍ୟ ଉଲ୍ଲେଖ କରିଛନ୍ତି ।

ସରୋଜ କହିଥିଲେ ଆଜି ବିଜେଡି ନିଜର ପ୍ରକୃତ କର୍ମୀ ଓ ସହଯୋଗୀଙ୍କଠୁ ଦୂରେଇ ଯାଇଛି । ଆଜି ଦୁଃଖର ସହ କହିବାକୁ ପଡୁଛି ଯେ, ମୁଁ ବିଜେଡିର ସ୍ଥାପନାଠୁ ନେଇ ଏ ପର୍ଯ୍ୟନ୍ତ ପାଖାପାଖି ୪୭ ବର୍ଷ ୧୯୭୭ରୁ ୧୯୯୭ ପର୍ଯ୍ୟନ୍ତ ସ୍ୱର୍ଗୀୟ ବିଜୁ ବାବୁ ଏବଂ ବିଜେଡି ସହିତ ରହିଥିଲି । ଏହା ପରେ ଦଳରେ ଆଜି ଅଣଦେଖାର ଶିକାର । ବାଧ୍ୟ ହୋଇ ବିଜେଡିରୁ ଇସ୍ତଫା ଦେଉଥିବା ସେ କହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ