Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାହୁଲଙ୍କ ହେଲିକପ୍ଟରର ତଲାସି ନେଲେ ନିର୍ବାଚନ ଅଧିକାରୀ, କେରଳ ଗସ୍ତ କରୁଥିଲେ

ଚେନ୍ନାଇ: ସୋମବାର ତାମିଲନାଡୁ ଗସ୍ତରେ ରାହୁଲ ଗାନ୍ଧୀ । ତେବେ ନିର୍ବାଚନ ଆୟୋଗର ଅଧିକାରୀ ରାହୁଲଙ୍କ ହେଲିକପ୍ଟରର ଯାଂଚ କରିଛନ୍ତି । ଆୟୋଗର ଫ୍ଲାଇଙ୍ଗ ସ୍କ୍ୱାଡର ଅଧିକାରୀ ତାମିଲନାଡୁର ନୀଳଗିରିରେ ରାହୁଲଙ୍କ ହେଲିକପ୍ଟରର ତଲାସି ନେଇଛନ୍ତି । ଏହାକୁ ନେଇ ଆନୁଷ୍ଠାନିକ ଭାବେ କିଛି ସୂଚନା ଦିଆଯାଇ ନାହିଁ ।

ଏହାକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳିଛି ଯେ, ଆୟୋଗର ଅଧିକାରୀ ହେଲିକପ୍ଟର ଅବତରଣ କରିବା ମାତ୍ରେ ପହଂଚି ଯାଉଛନ୍ତି । ହେଲିକପ୍ଟରର ଯାଂଚ କରିବା ପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ବାହାରକୁ ଆସୁଛନ୍ତି । ଏହି ସବୁ ଘଟଣା ପୋଲିସ ଉପସ୍ଥିତିରେ ହୋଇଛି । ଖବର ଅନୁଯାୟୀ, ରାହୁଲ ଜନସଭା ସମେତ ଅନ୍ୟ ନିର୍ବାଚନ କାର୍ଯ୍ୟକ୍ରମ ପାଇଁ ୱାଏନାଡ ଯାତ୍ରା କରୁଥିଲେ । ୨୦୧୯ରେ ରେକର୍ଡ ସଂଖ୍ୟାରେ ନିର୍ବାଚନ ଜିତିବା ପରେ ରାହୁଲ ପୁଣି ଥରେ ୱାଏନାଡରୁ ନିର୍ବାଚନ ଲଢୁଛନ୍ତି ।

କଂଗ୍ରେସ ନେତା ରାହୁଲ ସୋମବାର କୋଝିକୋଡ ପହଂଚିବେ । ସେଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ପରେ ମଙ୍ଗଳବାର ୱାଏନାଡ ଗସ୍ତ କରିବେ । ପୁଣି ଗୁରୁବାର କନ୍ନୁର, ପଲକ୍କଡ ଓ କୋଟ୍ଟାୟମରେ ନିର୍ବାଚନ ପ୍ରଚାର କରିବେ । ସେ ତ୍ରିଶୂର, ତିରୁଅନନ୍ତପୁରମ ଓ ଅଲାପ୍ପୁଝା ଗସ୍ତ କରିବେ ।