Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଖନପୁର ବ୍ଲକ ବିଭାଜନ ଓ ସବାଦୀ ମାନ୍ୟତା ପ୍ରସଙ୍ଗ

ଝାରସୁଗୁଡା ୧୫/୪ (ଓଡ଼ିଶା ନ୍ୟୁଜ)ଝାରସୁଗୁଡା ଜିଲ୍ଲାର ସର୍ଵ ବୃହତ ଲଖନପୁର ବ୍ଲକକୁ ତିନୋଟି ବ୍ଲକରେ ବିଭାଜନ କରିବା ସହିତ ତହସିଲ ଅଞ୍ଚଳକୁ ଏକ ସବଡିଭିଜ ମାନ୍ୟତା ପ୍ରଦାନ ପାଇଁ ଦୀର୍ଘଦିନ ଧରି ବ୍ଲକ ନାଗରିକ ପରିଷଦ ଦାବି କରି ଆସୁଛି । ହେଲେ ଏ ଦିଗରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର କୌଣସି ଗୁରୁତ୍ୱ ଦେଉ ନାହାନ୍ତି । ତେଣୁ ଏହି ପ୍ରସଙ୍ଗକୁ ନେଇ ଲଖନପୁର ବ୍ଲକ ନାଗରିକ ପରିଷଦ କମିଟିର ଆହ୍ୱାନ କ୍ରମେ ବ୍ଲକର ସୀମାନ୍ତ ଅଞ୍ଚଳ ଚାରପାଲି ପଞ୍ଚାୟତ ଅନ୍ତର୍ଗତ ମୁରଲୀପାଲି ହାଇସ୍କୁଲ ପଡ଼ିଆରେ ୬ଟି ପଞ୍ଚାୟତକୁ ନେଇ ରବିବାର ଦିନ ଏକ ବିରାଟ ମହା ସଂଘର୍ଷ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଲଖନପୁର ବ୍ଲକ ନାଗରିକ ପରିଷଦ ସଭାପତି ପିତାମ୍ବର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସଦସ୍ୟ ଇନ୍ଦ୍ରମଣି ପଧାନ ପରିଚାଳନା କରିଥିଲେ । ଉକ୍ତ ବୈଠକରେ ବ୍ଲକ ବିଭାଜନ ଓ ସବଡିଭିଜ ଗଠନ ଏବଂ ଆଗାମୀ ରଣନୀତି ଉପରେ ବିଷଦ ଭାବେ ଆଲୋଚନା ହୋଇଥିଲା ଏବଂ ପ୍ରତ୍ୟେକ ଦଳର ଦଳୀୟ ନିର୍ବାଚନୀ ଇସ୍ତାହାରରେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଏହି ପ୍ରସଙ୍ଗକୁ ଅଗ୍ରାଧିକାର ଭିତ୍ତିରେ ସ୍ଥାନିତ କରିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା । ଏ ସମ୍ପର୍କରେ ପ୍ରତ୍ୟେକ ରାଜନୈତିକ ଦଳର ଇସ୍ତାହାର କମିଟିର ପ୍ରମୁଖ ମାନଙ୍କୁ ଲିଖିତ ଭାବେ ଜଣାଇବା ପାଇଁ ଉପସ୍ଥିତ ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ । ଯଦି କୌଣସି ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ଗୁରୁତ୍ୱ ନ ଦିଅନ୍ତି ତାହେଲେ ନିର୍ବାଚନ ସମୟରେ ଅଞ୍ଚଳବାସୀ ଏହାର ଉଚିତ ଜବାବ ଦେବେ ବୋଲି ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ଆଜିର ବୈଠକରେ ରେମତା ସରପଞ୍ଚ ପ୍ରଫୁଲ ସିଂ, ପିଥିଣ୍ଡା ସରପଞ୍ଚ ମହେନ୍ଦ୍ର ନାଏକ, କନକତୋରା ସରପଞ୍ଚ ସୁଶାନ୍ତ ଚଇନି, ବାଦୀମାଲ ସରପଞ୍ଚ ରାଜେଶ ପଧାନ,ପୂର୍ବତନ ସରପଞ୍ଚ ନବୀନ ବିଶ୍ୱାଳ, ସମାଜସେବୀ ମନୋଜ ଅଗ୍ରୱାଲ, ଆଦିତ୍ୟ ପଧାନ, ଭାସ୍କର ଗରଡ଼ିଆ, ଚତୁର୍ଭୁଜ ବିଶ୍ଵାଳ, ପ୍ରମୋଦ ସା, ଜଗବନ୍ଧୁ ସା, ସଦାନନ୍ଦ ପଧାନ,ପାଣ୍ଡବ ପଧାନ,ନିମାଇଁ ସାହୁଙ୍କ ସମତେ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତଥା ମହିଳା ସଂଗଠନ ର ସଦସ୍ୟା ମାନେ ଅଂଶଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଶେଷରେ କନକତୋରା ସରପଞ୍ଚ ସୁଶାନ୍ତ ଚଇନି ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ