ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଜାରି


ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ବିଜେପି । ପୂର୍ବରୁ 112 ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବାବେଳେ ଏଥର 21 ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ରାଉରକେଲାରୁ ଲଢିବେ ଦିଲୀପ ରାୟ । ନିକଟରେ ତାଙ୍କୁ କୋଇଲା ଦୁର୍ନୀତି ମାମଲାରେ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଥିଲା ।

16 ଟି ନୂଆ ମୁହଁ ଦେକିବାକୁ ମିଳିଛି । ରାୟଗଡ଼ା , ମୋହନା , କରଞ୍ଜିଆ 3ଟି ଆସନରେ ରିପିଟ୍ ହୋଇଛି । ବିଜେଡିରୁ ଆସିଥିବା 4 ନେତାଙ୍କୁ ଟିକେଟ୍ ମିଳିଛି । ଅମରେନ୍ଦ୍ର ଦାସ ଜଗତସିଂହପୁର , ସାରସକୋଣା ଭାଦବ ହାସଁଦା , ଲକ୍ଷ୍ମୀପୁର କୈଳାସ କୂଳସେଖା , ଚିତ୍ରକୋଣ୍ଡା ଡମ୍ବୁରୁ ଶୀଷା ମିଳିଛି ।

ରାଉରକେଲା- ଦିଲ୍ଲୀପ ରାୟ
ପାଟଣା- ଅଖିଲ ଚନ୍ଦ୍ର ନାୟକ
ସାରସକଣା- ଭାଦବ ହାଁସଦା
ରାଇରଙ୍ଗପୁର- ଜୋଲେନ ବରଦା
ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ
ଜଗତସିଂହପୁର-ଅମରେନ୍ଦ୍ର ଦାସ
ବାଲିକୁଦା-ଏରସମା- ସତ୍ୟ ସାରଥୀ ମହାନ୍ତି
କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ
ଝରିଗାଁ- ନରସିଂହ ଭତ୍ରା
ଡାବୁଗାଁ- ସୋମନାଥ ପୂଜାରୀ
ରାଜନଗର- ଲଳିତ ବେହେରା
କାକଟପୁର- ବାଇଧର ମଲ୍ଲିକ
ରଣପୁର- ସୁରମା ପାଢ଼ୀ
ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ
ମୋହନା- ପ୍ରଶାନ୍ତ ମଲ୍ଲିକ
ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା
ରାୟଗଡ଼ା- ବସନ୍ତ ଉଲାକା
ଲକ୍ଷ୍ମୀପୁର- କୈଳାସ କୁଲେସିକା
କୋଟପାଡ- ରୁପୁ ଭତ୍ରା
ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
ଚିତ୍ରକୋଣ୍ଡା- ଡମ୍ବରୁ ଶିଶା