Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ବାବୁଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି:ପ୍ରଶନ୍ନଙ୍କ ପ୍ରାର୍ଥୀତ୍ୱକୁ ନେଇ ସମର୍ଥକଙ୍କ ମହାମେଣ୍ଟ

ସମ୍ବଲପୁର:ଆଜି ଯୁଯୋମୁରା ଅଞ୍ଚଳର ପଡିଆବାହାଲ, ଡଙ୍ଗରପଡା,ଜୟନ୍ତପୁର ପ୍ରଭୃତି ସ୍ଥାନରେ ବିଜୁ ବାବୁଙ୍କ ୨୭ ତମ ତିରୋଧାନ ଦିବସ ପାଳିତ ହୋଇଛି।ଏହି ସଭାରେ ମିଳିତ ଭାବେ ଦଳ ଓ ଦଳ ବାହାରେ ଥିବା ବହୁ ବିଜୁ ପ୍ରେମୀ ବିଜୁ ବାବୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଅନ୍ୟପକ୍ଷରେ ରେଢାଖୋଲ ବିଧାନସଭା ଆସନ ପାଇଁ ପୁର୍ବତନ ମନ୍ତ୍ରୀ ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ପୁନଃବିଚାର କରି ଇଂ.ରୋହୀତ ପୂଝାରୀଙ୍କ ସ୍ଥାନରେ ପୁନଃ ନିର୍ବାଚନ ଲଢିବାକୁ ବିଜେଡି ସୁପ୍ରିମୋ ସୁଯୋଗ ଦେଇଥିବାରୁ ତାଙ୍କ ସମର୍ଥକ ଓ ବିଜୁ ଜନତା ଦଳ କର୍ମୀ ମହଳରେ ଖୁସୀ ଓ ଆନନ୍ଦର ମାହୋଲ ତିଆରି ହୋଇଥିବା ଦେଖିବାକୁ ମିଳିଥିଲା।
ଯୁଯୋମୁରା ବ୍ଲକର ପଡିଆବାହାଲ, ଜୟନ୍ତପୁର,ଡଙ୍ଗରପଡା ପ୍ରଭୃତି ସ୍ଥାନରେ ଦଳର କର୍ମୀ ଓ ନେତା ଏକାଠି ହୋଇ ବାଣ ଫୁଟାଇ ଓ ନିଜ ନିଜ ମଧ୍ୟରେ ମିଠା ବାଣ୍ଟି ଖୁସୀ ମନାଇଛନ୍ତି।ଆଜିର ଏହି ଉଭୟ କାର୍ଯ୍ୟକ୍ରମରେ ଗଣେଷ ତାଣ୍ଡିଆ, ଶରତ ଚନ୍ଦ୍ର ସାହୁ,ଅଲେଖ ଦେହେରୀ, ସନାତନ ଭୋଇ,ପ୍ରଫୁଲ୍ଲ ମଗର,ହରିହର ନାୟକ,ଅଶ୍ୱନୀ ମିଶ୍ର,ଆନନ୍ଦ ପଣ୍ଡା,କପିଳ ଦେହେରୀ,ରାଜକୁମାର ସାହୁ,କ୍ଷୀରୋଦ ସାହୁ,ଅଶ୍ୱିନୀ ପ୍ରଧାନ,ଅଶ୍ୱୀନି ନାଏକ,ପ୍ରଦୀପ ଡନସେନା,ଇସମାଇଲ ବଢେଇ,ସରୋଜ ନାୟକ,ସୁବ୍ରତ ବିଶ୍ୱାଲ, କୁଞ୍ଜ ବାଗ,ସରୋଜ ପଣ୍ଡା,ଅୟସକାନ୍ତ ବଡପଣ୍ଡା,ଘନଶ୍ୟାମ ସାହୁ,ଆଶୁତୋଷ ପଣ୍ଡା,ପ୍ରକାଶ ସାହୁ,ଅମ୍ବରିଶ ନାୟକ, ଜୟନାରାୟଣ ଚଇନି,ଭକ୍ତ ଦାଶ,ସୁର୍ଯ୍ୟ ସାହୁ,ବିକ୍ରମ ନାୟକ,ପ୍ରତାପ ନାଏକ, ରସାନନ୍ଦ ନାଏକ, ଶ୍ରୀକାନ୍ତ ମହାପାତ୍ର ଙ୍କ ସହିତ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ ।