ନାରାୟଣପୁର ରାମ ମନ୍ଦିରରେ ଶ୍ରୀରାମ ନବମୀ ପାଳନ


ଗୋପାଳପୁର ୧୭/୪
ନାରାୟଣପୁର ସ୍ଥିତ ଦିବ୍ୟ ଜୀବନ ସଂଘ ଶାଖା ପକ୍ଷରୁ ରାମ ମନ୍ଦିରରେ ଆଜି ଶ୍ରୀରାମ ନବମୀ ପାଳିତ ହୋଇଛି l ଶ୍ରୀରାମ ନବମୀ ଅବସରରେ ଚଳିତ ମାସ ୯ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ମହାଯଜ୍ଞର ଆଜି ପୂର୍ଣ୍ଣାହୂତି ହୋଇଛି l ଆଜି ସକାଳୁ ଠାକୁରଙ୍କୁ ନୀତିକାନ୍ତି ଭାବେ ପୂଜାର୍ଚ୍ଚନା କରି ଠାକୁରଙ୍କୁ ନଗର ପରିକ୍ରମା, କଳସ ଯାତ୍ରା ହୋଉଥିଲା l ପରେ ମନ୍ଦିର ପରିସରରେ ହୋମଯଜ୍ଞ,ଅକ୍ଷତ ଫୁଲ, ଚାଉଳ, ତୁଳସୀ ପତ୍ର ଲକ୍ଷେ ଅର୍ପଣ କରାଯାଇଥିଲା l ପୁରୋହିତ ଭାବେ ଗୋପାଳକୃଷ୍ଣ ପଣ୍ଡା, କର୍ତ୍ତା ଭାବେ ଗଣପତି ସାହୁ, ସୁଧାଂଶୁ ପାଣିଗ୍ରାହୀ, ଦୀପକ ସିଂ ପୂଜାର୍ଚ୍ଚନାର ଦାୟିତ୍ୱ ତୁଲାଇ ଥିଲେ l ଏହି ଅବସରରେ ସ୍ୱାମୀ ଗୁରୁ ଶରଣା ନନ୍ଦ ଶ୍ରୀରାମ ଚରିତ ମାନସ ତୁଳସୀ ରାମାୟଣ ଉପରେ ପ୍ରବଚନ ପ୍ରଦାନ କରିଥିଲେ l ଏଥିରେ ସ୍ୱାମୀ ଗୋବିନ୍ଦା ନନ୍ଦ ସରସ୍ବତୀ, ଦକ୍ଷିଣାଞ୍ଚଳର ସମନ୍ନୟ ସମିତିର ସଭାପତି ବିପ୍ର ଚରଣ ପାତ୍ର ଯୋଗ ଦେଇଥିଲେ l ଆଖପାଖ ଅଞ୍ଚଳରୁ ପ୍ରାୟ ୩ ହଜାରରୁ ଉର୍ଦ୍ଧ ଭକ୍ତ ମାନେ ଠାକୁର ଦର୍ଶନ କରିବା ସହ ଆଶିଷ ଗ୍ରହଣ କରିଥିଲେ l ଏଥିରେ ମନ୍ଦିର ପରିଚାଳନା କମିଟି ଏବଂ ଦିବ୍ୟ ଜୀବନ ସଂଘର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ l