ଲଖନପୁର ଶିଶୁ ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ


ଝାରସୁଗୁଡା ୧୭/୪ (ଓଡ଼ିଶା ନ୍ୟୁଜ) ବ୍ରଜରାଜନଗର ସଂକୁଳ ଅଧିନସ୍ଥ ଲଖନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ପବିତ୍ର ଶ୍ରୀରାମ ନବୀନ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ରାଜକୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦ୍ୱୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ପ୍ରଧାନ ଆଚାର୍ଯ୍ୟ କୁମୁଦ ଚନ୍ଦ୍ର ସାମଲ ପ୍ରଭୁ ଶ୍ରୀରାମଙ୍କ ଜୀବନୀ ଓ ଆଦର୍ଶ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ବରିଷ୍ଠ ଆଚାର୍ଯ୍ୟ ପ୍ରଦୀପ ଖମାରୀ ସଭା ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟା ଝରଣା ସାହୁ ବୌଦ୍ଧିକ ଦାୟିତ୍ୱ ସମ୍ପାଦନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିବା ସହିତ ପ୍ରଭୁ ଶ୍ରୀରାମଙ୍କୁ ଆରତୀ ଓ ପୂଜନ କରିଥିଲେ । ଶେଷରେ ଆଚାର୍ଯ୍ୟା ଜନନୀ ଗର୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା ଓ ସେବକ,ସେବୀକା ସହଯୋଗ କରିଥିଲେ ।