Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ଛାଡି ହାତ ଧରିଲେ ସିପ୍ରା ମଲ୍ଲିକ, କେନ୍ଦ୍ରାପଡାରୁ ମିଳିପାରେ ଟିକେଟ୍

ଭୁୁବନେଶ୍ୱର: ଚଳିତ ନିର୍ବାଚନରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି । ଏହି କ୍ରମରେ ବିଜେଡି ଛାଡିବା ପରେ ଆଜି କଂଗ୍ରେସରେ ମିଶିଛନ୍ତି କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ରାଜଧାନୀରେ କଂଗ୍ରେସ ଭବନରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ ନୋ ପଂଚାନନ କାନୁନଗୋଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏଥର ମଧ୍ୟ ଟିକେଟ୍ ନ ମିଳିବାରୁ ସିପ୍ରା ବିଜେଡି ଛାଡିଥିଲେ । ତାଙ୍କୁ କଂଗ୍ରେସ କେନ୍ଦ୍ରାପଡାରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି ।

କଂଗ୍ରେସରେ ଯୋଗ ଦେବା ପରେ ସିପ୍ରା ମଲ୍ଲିକ କହିଛନ୍ତି, ଆଜି ମୋ ପାଇଁ ଏକ ବଡ଼ ଦିନ। କଂଗ୍ରେସ ଦଳରେ ନୂତନ ଆରମ୍ଭ କରିବି। ମୋ ବାପା ଦେଶର ଏହି ସର୍ବ ପୁରାତନ ଦଳରେ ଥିଲେ। ମୁଁ ମଧ୍ୟ ଏହି ଦଳକୁ ଫେରିଥିବାରୁ ଅତ୍ୟନ୍ତ ଖୁସି। ଟିକେଟ ପାଇଁ ମୁଁ କିଛି ଆଲୋଚନା କରିନାହିଁ। କିନ୍ତୁ କେନ୍ଦ୍ରାପଡାରୁ ଲଢ଼ିବାକୁ ଆଶା ରଖିଛି। ଯଦି ଦଳ ମୋତେ ସୁଯୋଗ ଦେବ, ତା’ହେଲେ ମୁଁ ନିଶ୍ଚିତ କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢ଼ିବି। ନଚେତ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ, ତାହାକୁ ସୁଚାରୁ ରୂପରେ ତୁଲାଇବି। ୨୦୦୯ରେ କେନ୍ଦ୍ରାପଡ଼ାରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସିପ୍ରା ମଲ୍ଲିକ।

କିନ୍ତୁ ୨୦୧୪ ଏବଂ ୨୦୧୯ରେ ଦଳ ତାଙ୍କୁ ପ୍ରାର୍ଥୀ କରି ନ ଥିଲା । ତଥାପି ସେ ଦଳରେ ରହିଥିଲେ । ଆଶା ରଖିଥିଲେ ୨୦୨୪ରେ ଦଳ ତାଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେବ । କିନ୍ତୁ ଏଥର ବି ତାଙ୍କୁ ନିରାଶ ହେବାକୁ ପଡିଛି । ଶେଷରେ ବିଜେଡି ଛାଡି କଂଗ୍ରେସ ଶିବିରରେ ଯୋଗ ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ