ସମ୍ବଲପୁର: ସମ୍ବଲପୁରରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ନେଇ ବିଜେଡି ମୁଖପାତ୍ର ଦେଇଥିବା ମନ୍ତବ୍ୟ ହାସ୍ୟାସ୍ପଦ । ତାଙ୍କ ମନ୍ତବ୍ୟରୁ ଲାଗୁଛି ସେସବୁ ଜାଣି ଅଜଣା ହେଉଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ସମ୍ବଲପୁରରେ କ’ଣ ହୋଇଛି ଓ କ’ଣ ନ ହୋଇଛି, ସେହି କଥା ମୁଖପାତ୍ର ନିଜକୁ ନିଜେ ପଚାରିଲେ ଭଲ ହେବ । ମିଛ କଥାର ପ୍ରଚାର କରି ସେ ସ୍ୱାଭିମାନୀ ସମ୍ବଲପୁରବାସୀଙ୍କ ନିକଟତର ହୋଇପାରିବେନି । ନିମ୍ନଲିଖିତ ତଥ୍ୟ ଜାଣିବା ପରେ ସେ ନିଶ୍ଚୟ ପଶ୍ଚାତାପ କରିବେ ବୋଲି ସମ୍ବଲପୁରରେ ଶିକ୍ଷା ବ୍ୟବସ୍ଥା ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଆଣିଥିବା ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରବି ନାୟକ ।
ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଭିସୁଟ ବୁର୍ଲା ବିଶ୍ୱବିଦ୍ୟାଳୟରେ ୩୦୯ ମଞ୍ଜୁରପ୍ରାପ୍ତ ଶିକ୍ଷକ ମଧ୍ୟରୁ ୯୩ଟି ପଦବୀ ଖାଲି ପଡିଛି । ୨୧୭ ଅଣଶିକ୍ଷକ ପଦବୀ ମଧ୍ୟରୁ ୮୫ ପଦବୀ ଖାଲି ପଡିଛି । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମଧ୍ୟ ମଞ୍ଜୁରପ୍ରାପ୍ତ ୧୪୪ ପଦବୀ ମଧ୍ୟରୁ ୭୬ ପଦବୀ ଖାଲି ପଡିଛି । ୨୩ ଗୋଟି ଅନୁମୋଦିତ ପ୍ରଫେସର ପଦବୀ ମଧ୍ୟରୁ ମାତ୍ର ଦୁଇଟିରେ ପ୍ରଫେସର ନିଯୁକ୍ତି ପାଇଛନ୍ତି ଏବଂ ୨୧ ଟି ପଦବୀ ଖାଲି ପଡିଛି । ଗଙ୍ଗାଧର ମେହେର ବିଶ୍ୱଦ୍ୟାଳୟରେ ୩୫ଟି ଅନୁମୋଦିତ ଆସୋସିଏଟ ପ୍ରଫେସର ପଦବୀ ମଧ୍ୟରୁ ମାତ୍ର ୧୧ଟିରେ ନିଯୁକ୍ତି ହୋଇଛି ଏବଂ ଅବଶିଷ୍ଟ ୨୪ଟି ପଦବୀ ଖାଲି ପଡ଼ିଛି । ୮୮ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ମଧ୍ୟରୁ ମାତ୍ର ୫୫ ଟି ପୂରଣ ହୋଇଥିବାବେଳେ ଅବଶିଷ୍ଟ ୩୧ଟି ପଦବୀ ଖାଲି ପଡିଛି । ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ୭୧ଟି ପଦବୀ ପୂରଣ ହୋଇନଥିବା ବେଳେ ୫୨୦ ଟି ଅଣ-ଶିକ୍ଷକ ପଦବୀ ମଧ୍ୟରୁ ୩୩୫ଟି ପଦବୀ ଖାଲି ପଡ଼ିଥିବାରୁ ବିଦ୍ୟାର୍ଥୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ, ସମ୍ବଲପୁର ସ୍ଥାପନ ହେବାର ୯ ବର୍ଷ ପରେ ବି ଯାଏ ନିୟମିତ ପ୍ରଫେସର୍ କିମ୍ବା ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତ ପାଇଲେ ନାହିଁ । ଏହା ହେଉଛି ରାଜ୍ୟ ସରକାର ଶିକ୍ଷା ଭିତ୍ତିଭୂମିର ବାସ୍ତବ ଚିତ୍ର ଓ ୨୫ ବର୍ଷ ଶାସନର ରୂପାନ୍ତରଣ । ଯଦି ବିଜେଡି ନେତା ଏହି ସବୁ ତଥ୍ୟ ଜାଣିଲା ପରେ କହିବେ ରାଜ୍ୟ ସରକାର ସମ୍ବଲପୁରରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିଛନ୍ତି ଏବଂ ତାଙ୍କ ନେତାଙ୍କ ନେତୃତ୍ୱରେ ସମ୍ବଲପୁର ଶିକ୍ଷାର ହବ୍ ହେବ ତେବେ ସେ ଏସବୁ ବିଷୟରୁ ଦୂରେଇ ରହିଲେ ଭଲ ହେବ । ନଚେତ ଲୋକମାନେ ତାଙ୍କର ଦଳର ନେତା ମାନଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ପଛାଇବେ ନାହିଁ ।
ସେ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଏବଂ ଓଡ଼ିଶା ପାଇଁ ଯାହା କରିଛନ୍ତି, ସେ ତୁଳନାରେ ରାଜ୍ୟ ସରକାରଙ୍କ କାମ ସମୁଦ୍ରକୁ ଶଙ୍ଖେ ଭଳି । ତାଙ୍କ ପ୍ରଚେଷ୍ଟାରେ ସମ୍ବଲପୁରରେ ପ୍ରାୟ ୪୦୧ କୋଟି ଟଙ୍କା ବ୍ୟୟରେ ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସ ବସନ୍ତପୁର ଠାରେ ପ୍ରତିଷ୍ଠା ହୋଇଛି । ଓଡ଼ିଶାରେ ରୋଜଗାର ସୃଷ୍ଟି କରାଇବା ପାଇଁ, ଯୁବକଙ୍କୁ ଆତ୍ମନିର୍ଭର କରିବା ପାଇଁ ଆଇଆଇଏମ ସମ୍ବଲପୁରରେ ୧୦୦ କ୍ୟୁବ ଷ୍ଟାର୍ଟ ଅପ୍ ଶୁଭାରମ୍ଭ ହୋଇଛି । ସମ୍ବଲପୁରରେ ଭାରତର ସର୍ବପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ ସହ ସମ୍ବଲପୁରରେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନାର ଶୁଭାରମ୍ଭ ହୋଇଛି । ଏନଏସଡିସି ଦ୍ୱାରା ଅତ୍ୟାଧୁନିକ କୌଶଳ ରଥ ଆରମ୍ଭ ହୋଇଛି । ସମ୍ବଲପୁର ଓ ଦେବଗଡ଼ରେ ୫୬ଟି କଲେଜରେ ୫ ହଜାର ୨୨୧ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବୃଦ୍ଧି କରାଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଦକ୍ଷତା ବିକାଶ କ୍ଷେତ୍ରରେ ବିକାଶର ଗତି ବଢିଛି । ସମ୍ବଲପୁରରେ ଭାରତର ସର୍ବପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ ସହ ସମ୍ବଲପୁରରେ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀଙ୍କ ପାଇଁ ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନାର ଶୁଭାରମ୍ଭ ହୋଇଛି । ଏନଏସଡିସି ଦ୍ୱାରା ଅତ୍ୟାଧୁନିକ କୌଶଳ ରଥ ଆରମ୍ଭ ହୋଇଛି । ସମ୍ବଲପୁର ଓ ଦେବଗଡ଼ରେ ୫୬ଟି କଲେଜରେ ୫ ହଜାର ୨୨୧ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବୃଦ୍ଧି କରାଯାଉଛି । ଲେନିନ ବାବୁ ଅନ୍ତତଃ ମାଆ ସମଲେଶ୍ୱରୀଙ୍କ ଭୂମିରେ କରିଥିବା କାମର ମିଛ ପ୍ରଚାରରୁ ଦୂରେଇ ରହିଲେ ଭଲ ହେବ ବୋଲି ଶ୍ରୀ ନାୟକ କହିଛନ୍ତି ।
ଭିସୁଟ ବୁର୍ଲା ବିଶ୍ୱବିଦ୍ୟାଳୟରେ ୩୦୯ ମଞ୍ଜୁରପ୍ରାପ୍ତ ଶିକ୍ଷକ ମଧ୍ୟରୁ ୯୩ଟି ପଦବୀ ଖାଲି
