ଗ୍ୟାସ ସିଲିଣ୍ଡର ରୁ ନିଆଁ ଲାଗି ଜଳିଗଲା ଘର, ଅଳ୍ପକେ ବଞ୍ଚିଲା ଧନ ଜୀବନ
ସମ୍ବଲପୁର:ଗତକାଲି ସନ୍ଧ୍ୟା ରେ ଗୁରୁପଡା ଚୁନା ଗଳି ରେ ଥିବା ଗୋଟିଏ ପରିବାରର ରୋଷେଇ ଘରେ ଗ୍ୟାସ ସିଲିଣ୍ଡର ରେ ଅଗ୍ନି ସଂଯୋଗ ହୋଇ ଉତ୍ତପ୍ତ ହୋଇ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି l ଏହି ଭୀଷଣ ଅଗ୍ନିକାଣ୍ଡ ରେ ଗୋଟିଏ ଘର ସମ୍ପୂର୍ଣ୍ଣଭାବେ ଜଳିଯାଇଛି l ମାତ୍ର ଏହାଦ୍ୱାରା କୌଣସି ଜୀବନ ହାନି ହୋଇନଥିବା ଜଣା ପଡିଛି।ଖବର ପାଇ ଅଗ୍ନିଶମ ବିଭାଗ ର ଦମକଳ ବାହିନୀ ପହଞ୍ଚି ପ୍ରାୟ ଦୁଇଘଣ୍ଟା ର ନିରନ୍ତର ପ୍ରୟାସ ପରେ ନିଆଁ କୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ l
ଏହି ଅଗ୍ନିକାଣ୍ଡ ର ଭିଡିଓ ସାମାଜିକ ଗଣମାଧ୍ୟମ ମାନଙ୍କରେ ଭାଇରାଲ ହେଲାପରେ ଘଟଣାସ୍ଥଳରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା lପ୍ରତ୍ୟକ୍ଷ ଦର୍ଶୀ ଙ୍କର କହିବା ଅନୁସାରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ଏହି ଅଗ୍ନିକାଣ୍ଡ ଘଟିଛି l କିନ୍ତୁ, କେମିତି ଏବଂ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ସ୍ୱଷ୍ଟ ହୋଇପାରିନାହିଁ l ଅଗ୍ନିଶମ ବିଭାଗ କିମ୍ବା ପୋଲିସ ମଧ୍ୟ କାରଣ ସ୍ୱଷ୍ଟ କରିନାହାନ୍ତି l କିନ୍ତୁ, ପ୍ରତ୍ୟକ୍ଷଦର୍ଶୀ ଙ୍କର କହିବା ଅନୁଯାଇ ଏହି ଅଗ୍ନିକାଣ୍ଡ ବହୁତ ଭୟଙ୍କର ଥିଲା l ଟାଉନ ପୋଲିସ ଏହାର କାରଣ ବିଷୟରେ ଅଧିକ ପଚରାଉଚୁରା କରି ତଦନ୍ତ କରୁଛନ୍ତି।

