Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଠା ଦୋକାନୀଙ୍କ ମୁଣ୍ଡ ଉପରେ ପଡିଲା ଚଡକ:ମହାନଗର ନିଗମରୁ ଆସିଲା ନୋଟିସ୍

ସମ୍ବଲପୁର :ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୩ ସହରର ରାସ୍ତା କଡରେ ବସୁଥିବା ଉଠାଦୋକାନୀଙ୍କ ମୁଣ୍ଡ ଉପରେ ପଡିଛି ଚଡକ।ମହାନଗର ନିଗମ ପକ୍ଷରୁ ଗତକାଲି ପ୍ରକାଶ ପାଇଥିବା ନୋଟିସରେ ଯାଗା ଖାଲି କରିବାକୁ ଆସିଛି ନିର୍ଦ୍ଦେଶ ।
ଫଳରେ ସମ୍ବଲପୁରଶହର ସମେତ ବୁର୍ଲା ଓ ହୀରାକୁଦ ସହର ଉପରେ ଥିବା ଉଠା ଦୋକାନୀ ମାନଙ୍କ ମୁଣ୍ଡ ଉପରେ ପଡିଛି ବଡ ଚଡକ।
ଓଡିଶା ଉନ୍ନୟନ ଅଥରିଟି ୧୯୮୨ ଧାରା ୩ ର ଉପଧାରା ୧୬ ଅନ୍ତର୍ଗତ ବିଲ୍ଡିଙ୍ଗ ପ୍ଲାନ ଅନୁମୋଦନ ହୋଇଥିବା ପାର୍କିଂ ପ୍ଲେସକୁ ପାର୍କିଂ ଭାବରେ ଗ୍ରହଣ ନକରି ଯଦି ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଉଥିବ ତେବେ ତାଙ୍କ ଉପରେ କାର୍ଯ୍ୟାୁଷ୍ଟାନ ଗ୍ରହଣ କରିବାକୁ ସମ୍ବଲପୁର ମହାନଗର ନିଗମ ସର୍ବସାଧାରଣଙ୍କ ଉଦ୍ଦେଶ୍ଯରେ ନୋଟିସ ଜାରି କରିଛି। ଏଥିରେ କୁହାଯାଇଛି ଯେ,ପାର୍କିଂ ଯାଗାକୁ ବ୍ୟବହାର କରୁଥିବେ ତେବେ ଉପଧାରା ୯୧,୯୨ ଅନିଯାଇ ଦୃଢ଼ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବା ସହିତ ଉକ୍ତ ଯାଗାରେ ଥିବା ସାମଗ୍ରୀକୁ ବ୍ୟାଜାପ୍ତ କରାଯିବ।ଏପରିକି ସେହି ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବାକୁ ବିହିତ ପଦକ୍ଷେପ ନିଆଯାଇଛି।ମହାନଗର ନିଗମ ଚିଠି ନମ୍ବର ୪୭୨୧/ତା.୧୮।୦୪।୨୦୨୪ ରେ ମହାନଗର ନିଗମ ଆୟୁକ୍ତ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।