ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା, ବର୍ଷା ପ୍ରିୟଦର୍ଶିନୀଙ୍କୁ ମିଳିଲା ଟିକେଟ୍


ଭୁୁବନେଶ୍ୱର: ବିଜୁ ଜନତା ଦଳ ଶନିବାର ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ୯ ସିଟରେ ପ୍ରାର୍ଥୀ ଘୋଷଣା କରାଯାଇଛି । ବଡଚଣା ସିଟରେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ ଟିକେଟ୍ କଟାଯାଇ ସେଠି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ପ୍ରାର୍ଥୀ କରିଛି । କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଗଣେଶ୍ୱର ବେହେରାଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ କରାଯାଇଛି । ଚମ୍ପୁଆରୁ ସନାତନ ମହାକୁଡଙ୍କୁ ପୁଣି ଥରେ ଦଳ ମଇଦାନକୁ ଓହ୍ଲାଇଛି ।

ପ୍ରଶାନ୍ତ ଜଗଦେବ ବିଜେଡି ଛାଡି ସାରିଥିବାରୁ ଏଥର ଦଳ ରଘୁନାଥ ସାହୁଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି । ସେହିପରି ଆନନ୍ଦପୁରରେ ଦଳ ବିଧାୟକ ଭାଗିରଥୀ ସେଠୀଙ୍କ ଟିକେଟ୍ କାଟି ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରିଛି । ଆଜିର ପ୍ରାର୍ଥୀକୁ ମିଶାଇ ବିଜେଡି ୧୩୫ଟି ଆସନରେ ଟିକେଟ୍ ଦେଇ ସାରିଛି । ଆଉ ୧୨ଟି ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି । ପ୍ରଥମ ପର୍ଯ୍ୟାୟରେ ଦଳ ୭୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୨୭ଟି, ତୃତୀୟ ୯ ଓ ଚତୁର୍ଥ ପର୍ଯ୍ୟାୟରେ ୯ଟି ଏବଂ ପଂଚମ ପର୍ଯ୍ୟାୟରେ ୯ଟି ପ୍ରାର୍ଥୀ ଘୋଷଣା କରିଥିଲା ।

ଏଯାବତ ବିଜେଡି ୨୮ ମହିଳାଙ୍କୁ ପ୍ରାର୍ଥୀ କରି ନିଜ ମହିଳା କାର୍ଡ ଖେଳିବାକୁ ଚେଷ୍ଟା କରିଛି। ଆଜି ଘୋଷଣା ହୋଇଥିବା ଷଷ୍ଠ ପର୍ଯ୍ୟାୟ ତାଲିକାରେ ଘୋଷିତ ୯ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ୪ ମହିଳାଙ୍କୁ ମଇଦାନକୁ ଓହ୍ଲାଇଛି। ତେଣୁ ଷଷ୍ଠ ପର୍ଯ୍ୟାୟ ତାଲିକା ସୁଦ୍ଧା ବିଜେଡି ୩୨ ମହିଳାଙ୍କୁ ବିଧାନସଭା ନିର୍ବାଚନ ନିମନ୍ତେ ଟିକେଟ ଦେଇ ସାରିଲାଣି।

ଚିଲିକା- ରଘୁନାଥ ସାହୁ
ଆନନ୍ଦପୁର- ଅଭିମନ୍ୟୁୁ ସେଠୀ
ସାରସକଣା- ଦେବାଶିଷ ମାରାଣ୍ଡି
କରଞ୍ଜିଆ- ବାସନ୍ତି ହେମ୍ବ୍ରମ
କେନ୍ଦ୍ରାପଡା- ଗଣେଶ୍ୱର ବେହେରା
ଚମ୍ପୁଆ- ସନାତନ ମହାକୁଡ
ରେମୁଣା- ବିଦ୍ୟାସ୍ମିତା ମହାଳିକ
ସିମୁଳିଆ- ସୁଭାଷିନୀ ସାହୁ
ବଡଚଣା- ବର୍ଷା ପ୍ରିୟଦର୍ଶିନୀ