କଂଗ୍ରେସ ଛାଡିଲେ ପ୍ରବୋଧ ତିର୍କୀ, ଟିକେଟ୍ କଟିବା ପରେ ନେଲେ ଏମିତି ନିଷ୍ପତି


ଭୁୁବନେଶ୍ୱର: ପ୍ରଥମେ ଟିକେଟ୍ ଦିଆଗଲା । ପୁଣି କାଟି ଦିଆଗଲା । ଯାହା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀଙ୍କୁ ବହୁତ ଆଘାତ ଦେଇଛି । ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା । ଆଉ ଦଳର ଏମିତି ନିଷ୍ପତିରେ ମର୍ମାହତ ହୋଇ କଂଗ୍ରେସ ଛାଡିଛନ୍ତି ଦିଲୀପ । ସେ ନିଜର ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ।

କଂଗ୍ରେସରେ ଯୋଗ ଦେବା ପରେ ପ୍ରବୋଧଙ୍କୁ ସୁନ୍ଦରଗଡ ଜିଲ୍ଲାର ତଲସରାରୁ ପ୍ରାର୍ଥୀ କରାଯାଇଥିଲା । ଏହା ପରେ ପ୍ରବୋଧ ନିଜର ସମର୍ଥକଙ୍କ ସହ ମିଶି ପ୍ରଚାର ବି ଆରମ୍ଭ କରି ଦେଇଥିଲେ । କେଉଁ ବ୍ଲକ ଏବଂ ଗାଁରେ ପ୍ରଚାରକୁ ଜୋରଦାର କରାଯିବ ତାର ବ୍ଲୁ ପ୍ରିଂଟ ମଧ୍ୟ ପ୍ରସ୍ତୁତ କରି ଦେଇଥିଲେ । ହେଲେ ପରେ ତାଙ୍କ ଟିକେଟ୍ କଟାଯାଇ ଦେବେନ୍ଦ୍ର ଭିଟାରିଆଙ୍କୁ ପ୍ରାର୍ଥୀ କରାଗଲା । ଦଳର ଏହି ନିଷ୍ପତି ତାଙ୍କୁ ବେଶ ଆଘାତ ଦେଇଥିଲା । ତାଙ୍କ ସହିତ ଦଳ ଏମିତି କରିବ ବୋଲି ସେ କେବେ ବି ଭାବି ନ ଥିଲେ । ମୋ ପାଇଁ ଅବିଚାର ହେଲା ବୋଲି ଟିକେଟ୍ କଟିବା ପରେ ପ୍ରବୋଧ କହିଥିଲେ । ଆଉ ସେ ଏପ୍ରିଲ ୨୦ରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରବୋଧ କଂଗ୍ରେସରେ ଯୋଗ ଦେଇଥିଲେ । ରାଜନୀତିରେ ତଳସରା ଅଂଚଳ ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ସେ ଚାକିରି ବି ଛାଡି ଦେଇଥିଲେ । ଆଉ ଆଜି ଏହି ରାଜନୀତି ହିଁ ତାଙ୍କୁ ଧୋକା ଦେଇଛି ।