Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ତ୍ରୀ ଙ୍କୁ ଟାଙ୍ଗିଆରେ ହାଣି ସ୍ୱାମୀ ଗିରଫ

ଅତାବିରା: ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ କୁନାନୀ ଗ୍ରାମରେ ଗୁରୁବାର ଜଣେ ମହିଳାଙ୍କୁ ତାଙ୍କ ସ୍ଵାମୀ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ମୃତା ମହିଳା ହେଲେ ସୀତୟା ନାଏକ(୩୬) । ଏହି ଘଟଣାରେ ପୋଲିସ ମୃତାମହିଳାଙ୍କ ଅଭିଯୁକ୍ତ ସ୍ବାମୀ ଭାଗୀରଥ ନାଏକ (୪୨)ଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି । ଏ ନେଇ ଅତାବିର ଥାନାରେ ଦଫା ୪୯୮(ଏ), ୩୦୨ ଦଫାରେ ଏକ ମାମଲା (ନଂ.୧୪୮।୨୩) ରୁଜୁ ହୋଇଛି।

ପୋଲିସ ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ କୌଣସି କାରଣରୁ ଭାଗୀରଥୀ ଓ ସୀତୟାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଭାଗୀରଥୀ ତାଙ୍କ ସ୍ତ୍ରୀ ସୀତୟାଙ୍କ ଗଳାକୁ ଟାଙ୍ଗିଆରେ ପ୍ରହାର କରି ଫେରାର ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ମୃତ ସୀତୟାଙ୍କ ଭାଇ ରୁଝେନମାଳ ନିବାସୀ ନବୀନ ମିର୍ଦ୍ଧା ଅତାବିରା ଥାନାରେ ଲିଖତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଉକ୍ତ ମାମଲା ରୁଜୁ କରି ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୋଲିସ ବରଗଡ଼ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ କରାଇ ଅଧିକ ତଦନ୍ତ କରୁଛି।