Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ଛାଡିବା ସହ ଅସନ୍ତୋଷ ଝାଡିଲେ ରାସେଶ୍ୱରୀ, ‘ଯାହାକୁ ଅଯୋଗ୍ୟ କହି ବରଖାସ୍ତ କରିଥିଲେ, ତାଙ୍କୁ ଟିକେଟ ଦେଲେ’

ସମ୍ବଲପୁର: ନିର୍ବାଚନ ପୂର୍ବରୁ ସମ୍ବଲପୁରରେ ବିଜେଡିକୁ ଲାଗିଛି ଶକ୍ତ ଧକ୍କା । ବିଜେଡିରୁ ଇସ୍ତଫା ଦେଲେ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ । ଏଥର ନିର୍ବାଚନ ଲଢିବା ପାଇଁ ସେ ନିଜର ପ୍ରସ୍ତୁତି କରି ସାରିଥିଲେ । ସଂଗଠନକୁ ଜମବୁତ କରିଥିଲେ । ଶେଷରେ ନିରାଶ ହୋଇ ରାସେଶ୍ୱରୀ ଆଜି ବିଜେଡି ଛାଡିଛନ୍ତି । ପ୍ରେସମିଟ୍ କରି ସେ ନିଜର ଅସନ୍ତୋଷ ଜାହିର କରିଛନ୍ତି ଏବଂ ବିଜେଡିକୁ କଟୁ ଶବ୍ଦରେ ସମାଲୋଚନା କରିଛନ୍ତି ।

ସେ କହିଛନ୍ତି, ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ବିଜେଡି ଛାଡ଼ିଲି। ଯାହାକୁ ଅଯୋଗ୍ୟ କହି ବରଖାସ୍ତ କରିଥିଲେ, ତାଙ୍କୁ ଟିକେଟ ଦେଲେ। ରୋହିତ ପୂଜାରୀଙ୍କୁ କଟାକ୍ଷ କରି ସେ ଏମିତି କହିଛନ୍ତି । ସମ୍ବଲପୁରରେ କ’ଣ ନେତା ନାହାନ୍ତି ଯେ ବାହାରୁ ଆଣି ଲଢ଼ାଉଛନ୍ତି। ଦଳ ଯେଉଁ ନିଷ୍ପତ୍ତି ନେଲା ତାହା ସମ୍ବଲପୁର ପାଇଁ ଅବମାନନା। ସମ୍ବଲପୁରକୁ ଅଣଦେଖା କରାଯିବାରୁ ମୋତେ ବହୁତ ବାଧିଛି। ଦଳ ଛାଡ଼ିବା ନିଷ୍ପତ୍ତି ପାଇଁ କଷ୍ଟ ଲାଗୁଛି। କିନ୍ତୁ ସମ୍ବଲପୁରବାସୀ ମୋ ପାଇଁ ଆଗ। ସମାଜସେବା କରୁଛି। ଆଗକୁ ବି ଏହା ଜାରି ରହିବ। ଆଗାମୀ ଦିନରେ କୌଣସି ପଲିଟିକାଲ୍ ଆକ୍ଟିଭିଟି କରିବିନି। ତେବେ ପ୍ରତ୍ୟକ୍ଷ ରାଜନୀତିରୁ ସେ ସନ୍ନ୍ୟାସ ନେଇ ଯିବେ କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରେ ରାସେଶ୍ୱରୀ କହିଛନ୍ତି ସମୟ କହିବ।

ସୂଚନାଯୋଗ୍ୟ, ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ପ୍ରା୍‌ଥୀ କରି ବିଜେଡି ପ୍ରଥମ ଥର ୨୦୧୪ରେ ସମ୍ବଲପୁର ସିଟ୍ ଜିତିଥିଲା । ଜୟନାରାୟଣ ମିଶ୍ରଙ୍କୁ ସେ ପ୍ରାୟ ୧୦ ହଜାର ଭୋଟରେ ହରାଇଥିଲେ। କିନ୍ତୁ ୨୦୧୯ରେ ସେ ଜୟନାରାୟଣଙ୍କଠାରୁ ୪ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ ହୋଇଥିଲେ।

ଏଥର ନିର୍ବାଚନରେ ସମ୍ବଲପୁର ସିଟରୁ ରାସେଶ୍ୱରୀଙ୍କୁ ଟିକେଟ୍ ଦିଆଯାଇ ନାହିଁ । ପ୍ରଥମେ ଏହି ସିଟରୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଥିଲା । କିନ୍ତୁ ପରବର୍ତୀ ସମୟରେ ପ୍ରସନ୍ନଙ୍କ ବଦଳରେ ରୋହିତ ପୂଜାରୀଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଛି । ପ୍ରସନ୍ନଙ୍କୁ ରେଢାଖୋଲରୁ ଟିକେଟ୍ ଦିଆଯାଇଛି । ଆଗେ ରୋହିତଙ୍କୁ ରେଢାଖୋଲରୁ ଦଳ ପ୍ରାର୍ଥୀ କରିଥିଲା । କିନ୍ତୁ ପ୍ରସନ୍ନ ସମ୍ବଲପୁର ସିଟକୁ ନେଇ ସନ୍ତୁଷ୍ଟ ନ ଥିଲେ । ଫଳରେ ରେଢାଖୋଲ ଓ ସମ୍ବଲପୁର ସିଟରୁ ଅଦଳ ବଦଳ କରାଯାଇଛି । ସେପଟେ ସମ୍ବଲପୁର ଲୋକସଭା ସିଟରୁ ଏଥର ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ନିର୍ବାଚନ ଲଢୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ