Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡାରିରେ ହନୁମାନ ଜୟନ୍ତୀ ପାଳନ

ଗୁଡାରୀ: ଗତକାଲି ମହାବିଷୁବ ସଂକ୍ରାନ୍ତି (ହିନ୍ଦୁ ନବବର୍ଷ )ସହ ମହାବୀର ହନୁମାନଙ୍କ ଜୟନ୍ତୀ ଗୁଡାରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ବହୁ ଆଡମ୍ବର ସହ ପାନ ହୋଇଯାଇଛି। ହନୁମାନମନ୍ଦିରରେ ମହାବୀର ହନୁମାନଙ୍କ ବିଗ୍ରହକୁ ପୂଜକ ପ୍ରଥମେ ଧୂପ, ଦିପ ନୈବେଦ୍ୟ ସହ ଆଳତି କରାଯାଇ ଥିଲା। ସୋନପୁର ଜିଲ୍ଲାର ପ୍ରବଚକ ବିଶ୍ଵ କଲ୍ୟାଣ ପୂଜାରୀଙ୍କ ଦ୍ୱାରା ସୁନ୍ଦରା କାଣ୍ଡ ପ୍ରବଚନ ପାରାୟଣ କରାଯାଇଥିଲା। ଗୁଡାରୀ ପ୍ରାୟ ଏକ ହଜାର ରୁ ପନ୍ଦର ସହ ଭକ୍ତ ଅନ୍ନ ପ୍ରସାଦ ସେବନ କରିଥିଲେ। ଗୁଡାରି ସହରର ମୁଖ୍ୟ ରାସ୍ତା ର ବେପାରୀ ମାନେ ଗତବର୍ଷ ଭଳି ଏହିବର୍ଷ ମଧ୍ୟ ପଣା ବଣ୍ଟନ ର ବ୍ୟବସ୍ଥା କରିଥିଲେ।ସୁନ୍ଦରା କାଣ୍ଡ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ ଗଣପତି ପାଠି ସହ ସୁଜୟ ପଟ୍ଟନାୟକ, ସୁଶିଳ , ସନ୍ତୋଷ ମହାନ୍ତି , ନିନୁ ମିଶ୍ର, କେଦାର ସାହୁ ,କୁନା ବେହେରା, ଇଶ୍ଵର ପାଣିଗ୍ରାହୀ ଦାୟିତ୍ଵରେ ରହି କାର୍ଯ୍ୟଟିକୁ ତୁଲାଇ ଥିବା ବେଳେ ଗୁଡାରୀ ସହରର ସମସ୍ତ ଶ୍ରଦ୍ଧା୍ଳୁ ପୂର୍ଣ୍ଣ ସହଯୋଗ କରିଥିଲେ।ବ