ପ୍ରଚାର ମଇଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହିଞ୍ଜିଳିରେ କଲେ ଜନସଭା


ବ୍ରହ୍ମପୁର: ଷଷ୍ଠ ଥର ନିର୍ବାଚନ ଜିତି ପୁଣି ଥରେ ସରକାର ଗଢିବା ଲକ୍ଷ୍ୟ ନେଇ ଆଜିଠୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିଜର ପ୍ରଚାର ଅଭିଯାନ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳରୁ ଆରମ୍ଭ କରିଛନ୍ତି । ଏଠାରେ ଜନସଭାକୁ ସମ୍ବୋଧିତ କରି ହିଞ୍ଜିଳିରୁ ବିଜେଡିର ଜୟ ଯାତ୍ରା ଆରମ୍ଭ ହେଲା ବୋଲି ନବୀନ କହିଛନ୍ତି ।

ଜନସାଧାରଣକୁ ସମ୍ବୋଧିତ କରି ନବୀନ କହିଛନ୍ତି ଆପଣମାନଙ୍କ ସ୍ନେହ ଓ ସମର୍ଥନ ପାଇଁ ଚିର ଋଣୀ । ଓଡିଶାର ୪ କୋଟି ଲୋକ ମୋ ପରିବାର । ଏମାନଙ୍କ ପାଇଁ କାମ କରି ଚାଲିଛି ଏବଂ ଶେଷ ଯାଏ କରିବି । ମିଶନ ଶକ୍ତି ମାଆ ମାନେ ଉଦ୍ୟୋଗୀ ହେଲେଣି । ଏଥର ମଧ୍ୟ ବିଜେଡିକୁ ଉଭୟ ବିଧାୟକ ଓ ସାଂସଦକୁ ଭୋଟ୍ ଦେଇ ବିଜୟୀ କରାନ୍ତୁ ।

ହିଞ୍ଜିଳି ପରେ ମୁଖ୍ୟମନ୍ତ୍ରୀ ଶେରଗଡେ ଜନସଭା କରିବେ । ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ହିଞ୍ଜିଳିକାଟୁରେ ପହଂଚିଥିଲେ । ଗୋଟିଏ ଦିନରେ ଆଜି ଦୁଇଟି ଜନସଭା କରିବେ ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲାରେ ବିଜେଡି ବିଗତ ନିର୍ବାଚନର ଫଳାଫଳକୁ ଦୋହରାଇବା ପାଇଁ ଅଂଟା ଭିଡିଛି । ସେଥିପାଇଁ ଦଳ ପୁରା ଯୋଜନା ପ୍ରସ୍ତୁତ କରି ସାରିଛି । ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ଦୁଇଟି ଲୋକସଭା ବ୍ରହ୍ମପୁର ଓ ଆସ୍କା ରହିଛି ।