Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ୨୮ରେ କଟକ ଆସୁଛନ୍ତି ରାହୁଲ ଗାନ୍ଧୀ, ମଧୁବାବୁଙ୍କ ଜନ୍ମମାଟିରୁ ହେବ ପ୍ରଚାର ଆରମ୍ଭ

ଭୁୁବନେଶ୍ୱର: ବିଜେଡି ଓ ବିଜେପି ପରି ରାଜ୍ୟରେ ମଧ୍ୟ ନିଜର ନିର୍ବାଚନ ପ୍ରଚାରକୁ ଜୋରଦାର କରିବାକୁ ଅଂଟା ଭିଡିଛି କଂଗ୍ରେସ । ସେଥିପାଇଁ କେନ୍ଦ୍ରୀୟ ନେତାଙ୍କୁ ନେଇ ଦଳ ପ୍ରସ୍ତୁତି ଚଳାଇଛି । ଏହି କ୍ରମରେ ଆସନ୍ତା ୨୮ ତାରିଖରେ କଟକ ଆସୁଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସାଲେପୁର ଓ ନିଶ୍ଚିତକୋଇଲିରେ ରାହୁଲଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରରୁ ରାଜ୍ୟ କଂଗ୍ରେସ ନିର୍ବାଚନ ପ୍ରଚାର ଆରମ୍ଭ କରିବ ।

ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ପରେ ନିଶ୍ଚିତକୋଇଲିର କୁଳିଆ ପଡିଆରେ ବିଶାଳ ସମାବେଶକୁ ଉଦବୋଧନ ଦେବେ ରାହୁଲ । ଏପ୍ରିଲ ୨୮ ତାରିଖ ହେଉଛି ଓଡିଆ ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ମଧୁବାବୁଙ୍କ ଜୟନ୍ତୀ । ତେଣୁ ତାଙ୍କ ଜନ୍ମମାଟିରୁ କଂଗ୍ରେସ ପ୍ରଚାର ଆରମ୍ଭ କରିବାକୁ ଯାଉଛି । ଏହି ସମାରୋହରେ ଲକ୍ଷେରୁ ଅଧିକ କଂଗ୍ରେସ କର୍ମୀ ଯୋଗ ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ସେହିପରି କଂଗ୍ରେସ ପାଇଁ ଷ୍ଟାର ପ୍ରଚାରକ ଭାବେ ରାହୁଲ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓଡିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ । ମେ ପ୍ରଥମ ସପ୍ତାହରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ । ରାହୁଲ, ସୋନିଆ ଓ ପ୍ରିୟଙ୍କା ରୋଡ୍ ଶୋ କରିବେ ବୋଲି ଜଣା ପଡିଛି । କୋରାପୁଟ, ଜୟପୁର, ରାୟଗଡା ଓ ଗୁଣପୁରରେ ପ୍ରଚାର କରିବେ ବୋଲି କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ