Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁରରେ ବିଜୟ ସଂକଳ୍ପ ସମାବେଶରେ ଗର୍ଜିଲେ ଶାହ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଓଡିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ସୋନପୁର ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ରାମେଶ୍ବର ଷ୍ଟାଡିୟମ୍‌ରେ ଆୟୋଜିତ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ପ୍ରଥମେ ଜୟ ଶ୍ରୀ ରାମ ଓ ଜୟ ଜଗନ୍ନାଥ କହି ନିଜର ଭାଷଣ ଆରମ୍ଭ କରି ବର୍ତ୍ତମାନ ଓଡ଼ିଶାର ନବୀନ ସରକାରକୁ ଓପାଡି ଫିକି ଦେବାପାଇଁ ଉପସ୍ଥିତ ଜନ ସମାଗମକୁ ଆହ୍ୱାନ ଦେଇଥିଲେ। ସେ କହିଛନ୍ତି ଯେ ନବୀନ ସରକାରଙ୍କ ୨୫ ବର୍ଷ ଶାସନକାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି। ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି । ତେଣୁ ଓଡ଼ିଶାକୁ ଏବେ ବିକାଶ ଓ ସମୃଦ୍ଧଶା କରିବାର ସମୟ ଆସିଛି। ଆପଣ ମାନେ ଆମକୁ ପାଞ୍ଚ ବର୍ଷ ଦିଅନ୍ତୁ ଓଡିଶାକୁ ଏକ ନମ୍ବର ରାଜ୍ୟ ଭାବରେ ଦେଶରେ ଗଢିତୋଳିବୁ। ଓଡ଼ିଶା ଖଣି,ପାଣି ରେ ଭରପୁର ଥାଇ ବି ସମୃଦ୍ଧି ନଥିବା ହେତୁ ସମସ୍ତ ସାଧନ ସତ୍ତ୍ୱେ ରୋଜଗାର ପାଇଁ ଏଠାକାର ଯୁବକ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏଠାରେ ଯଦି ଡବଲ ଇଞ୍ଜିନ୍ ସରକାର ରହେ ତାହେଲେ ଏଠାରେ ଶିଳ୍ପ ଆସିବ।ରୋଜଗିର ବଢିବ। ଏଠି ପ୍ରଚୁର ପରିମାଣରେ କପା ଉତ୍ପାଦନ ହେଉଛି ହେଲେ ଗୋଟିଏ ମଧ୍ୟଟେକ୍ସଟାଇଲ୍ ମିଲ୍ ନାହିଁ। ମୋଦି ଙ୍କ ଲୋକପ୍ରିୟତା ବଢିଯିବା ଆଶଂକା ରେ ଓଡ଼ିଶା ସରକାର ଆୟୁଷ୍ମାନ ଯୋଜନା କୁ ଲାଗୁ କରୁନାହାନ୍ତି। ଓଡିଶାରେ ମତ୍ସ୍ୟ ଜୀବୀ ଙ୍କ ଜିବୀକା ରେ ଉନ୍ନତି ପାଇଁ ମତ୍ସ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଓ ଏଗ୍ରୋବେସ୍ ଶିଳ୍ପ ସହ କାଶୀ ବିଶ୍ଵନାଥ ଭଳି ପୁରୀ ଜଗନ୍ନାଥ ମନ୍ଦିରକୁ ମଧ୍ୟ ବିଶ୍ଵସ୍ତରୀୟ କରିବୁ ବୋଲି କହିଥିଲେ। ଖଣି ସମ୍ପଦ ରେ ଭରା ଓଡ଼ିଶା ରେ ଗରିବ ଙ୍କ ସଂଖ୍ୟା ମଧ୍ୟ ଅଧିକ ଓଡ଼ିଶାରେ ବିଜେପି କ୍ଷମତା କୁ ଆସିଲେ ଏ ସବୁର ସଠିକ ପରିଚାଳନା କରି ଗରିବ ତଥା ଆଦିବାସୀ ଙ୍କ ସାମୁହିକ ଉନ୍ନତି ପାଇଁ କାମ କରିବୁ ବୋଲି ପ୍ରକାଶ କରିଥିଲେ। ଆଜିର ଏହି ସମାବେଶରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର, କନକ ବର୍ଦ୍ଧନ ସିଂହଦେଓ, ସଂଗୀତା ସିଂହଦେଓ, କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ, ମୁକେଶ ମହାଲିଙ୍ଗ, ନାଉରୀ ନାଏକ, ପ୍ରଦୀପ ପୁରୋହିତ, ପ୍ରମୋଦ ମହାପାତ୍ର, ରଘୁନାଥ ଜଗଦଲା, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋପାଳଜୀ ପାଣିଗ୍ରାହୀ, ଲକ୍ଷ୍ମଣ ବାଗ୍, କହ୍ନାଇ ଡାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ