Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦ ଦୁର୍ନୀତି ମାମଲା; ବଢୁଛି କେଜ୍ରିୱାଲଙ୍କ ଅଡୁଆ

ନୂଆଦିଲ୍ଲୀ: ନୂଆ ମଦ ନୀତି ମାମଲାରେ ବଢୁଛି ‌ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଅଡୁଆ। ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ବିଜେପି ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍‌ କରିଛି। ସିବିଆଇ ୧୬ ଏପ୍ରିଲରେ କେଜ୍ରିୱାଲଙ୍କୁ ହାଜର ହେବାକୁ ନୋଟିସ ପଠେଇଛି।

ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ଏହି ମଦ ସ୍କାମରେ କେଜ୍ରିୱାଲ ଉକ୍ତ ବୈଠକର ଅଧ୍ୟକ୍ଷତା କରିଥିଲେ। ସେ କହିଛନ୍ତି ଯେ ଯେତେ ମାମଲା କଡି ଖୋଲି ଖୋଲି ଯାଉଛି କେଜ୍ରିୱାଲଙ୍କ ଅଡୁଆ ଆହୁରି ବଢିବାରେ ଲାଗିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ଯେତେବେଳେ ସମନ କରିଥିଲା ସେ ଭୟଭୀତ ହୋଇଯାଇଥିଲେ। ସେ କହିଛନ୍ତି ଯେ ଯେତେବେଳେ କେଜ୍ରିୱାଲ ପୁରା ଯୋଜନା ପ୍ରସ୍ତୁତ କରିଛନ୍ତି, ତେବେ ତାଙ୍କୁ କାହିଁକି ଏଥିପାଇଁ ଦାୟୀ କରାଯିବ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ