Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପୁର ନିର୍ବାଚନ ମଣ୍ତଳି କିଶୋର ଦଫାଦାରଙ୍କ ପ୍ରାର୍ଥିପତ୍ର ଦାଖଲ

ବିଜେପୁର କଂଗ୍ରେସ ପକ୍ଷରୁ କିଶୋର ଦଫାଦାରଙ୍କ ପ୍ରାର୍ଥିପତ୍ର ଦାଖଲ ବରପାଲି-ବରଗଡ ଡିଆରଡିଏ କାର୍ଯ୍ଯାଳୟ ପରିସରରେ ବିଜେପୁର ନିର୍ବାଚନ ମଣ୍ତଳି କଂଗ୍ରେସ ଦଳ ପ୍ରାର୍ଥି କିଶୋର ଦଫାଦାର ନିଜ ପ୍ରାର୍ଥିପତ୍ର ଦଳବଳ କର୍ମକର୍ତ୍ତା ମାନଙ୍କ ଗହଣରେ ଦାଖଲ କରିଛନ୍ତି। ଚଳିତ ସାଧାରଣ ନିର୍ବାଚନ ମହାପର୍ବ ଅବସରରେ ଦଫାଦାର ବାବୁ ଶୁକ୍ରବାର ପୁର୍ବାହ୍ନରେ ବରଗଡ ନିଶାମଣି ହାଇସ୍କୁଲ ପଡିଆରେ ନିଜ ଦଳିୟ ସମାବେଶ ଆରମ୍ଭ କରି ଶୋଭାଯାତ୍ରା ମାଧ୍ଯମରେ ନାରାବାଜି ମାଧ୍ଯମରେ ସହର ପରିକ୍ରମା କରିଥିଲେ। ପରେ ଡିଆରଡିଏରେ ପହଞ୍ଚି ରିଟର୍ଣ୍ଣିଙ୍ଗ ଅଧିକାରୀ ସୁଶାନ୍ତ କୁମାର ସିଂଙ୍କୁ ବିଧିବଦ୍ଧ ଭାବେ ପ୍ରସ୍ତୁତ ନାମାଙ୍କନ ନଥିପତ୍ର ଦଳିୟ ନେତୃବୃନ୍ଦ ଓ ବରିଷ୍ଠ କର୍ମକର୍ତ୍ତା ମାନଙ୍କ ଗହଣରେ ଦାଖଲ କରିଥିଲେ। ସମାବେଶରେ ବରପାଲି ବ୍ଲକ କଂଗ୍ରେସ ସଭାପତି ଫକିର ପଧାନ,ଟାଉନ ସଭାପତି ସରୋଜ ଭୁଏ,ଗୁଣନିଧି ମିଶ୍ର, ଦାମୋଦର ତ୍ରିପାଠୀ,ବିରେନ୍ର୍ଦ ସାହୁ, ସନ୍ତୋଷ ସାହୁ,ତୁଲସି ବେହେରା, ଶାନ୍ତି ସେଠ,ବଣ୍ଟି ଦଫାଦାର, ସୁରେନ୍ର୍ଦ ମେହେର ପ୍ରମୁଖଙ୍କ ସହ ବିଜେପୁର, ବରପାଲି ଓ ଗାଇସିଲେଟ ବ୍ଲକର ହଜାରହଜାର କର୍ମି ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ