Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଳଦିଆପଦର ବସଷ୍ଟାଣ୍ଡ ପଛପଟୁ ୩ କୁଖ୍ୟାତ ଅପରାଧି କୁ କାବୁ କଲା ପୁଲିସ।ମାଉଜର , ଖଣ୍ଡା,୨ ଜୀବନ୍ତ ବୋମା ସହ ବୋମା ପ୍ରସ୍ତୁତ ସାମଗ୍ରୀ ଜବତ।

ଗୋପାଳପୁର,୨୬/୦୪
ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବରେ ଏହାକୁ ସାରିବାକୁ ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରା ଯାଇଛି।ଏହି କ୍ରମରେ ଆଜି ଗୋଳନ୍ଥରା ପୁଲିସ ପକ୍ଷରୁ ହଳଦିଆପଦର ବସଷ୍ଟାଣ୍ଡ ପଛ ପଟେ ୫/୬ କୁଖ୍ୟାତ ଅପରାଧି ମିଳିତ ହୋଇ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ବେଳେ ସେମାନଙ୍କୁ କାବୁ କରିବାକୁ ସଫଳ ହୋଇଛି। ପୁଲିସ ୩ ଅପରାଧୀ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଏକ ୯ ଏମ ଏମ ପିସ୍ତଲ,୨ ଟି ଖଣ୍ଡା,୨ ଟି ଜୀବନ୍ତ ବୋମା ସହ ବୋମା ପ୍ରସ୍ତୁତ ସାମଗ୍ରୀ ଏବଂ ୨ ଟି ମୋଟରସାଇକେଲ କୁ ଜବତ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ସାଳିଆବନ୍ଧ ସାହି ର ଶିବରାମ ପାଳ,ସଦର ଥାନା ଅନ୍ତର୍ଗତ ଲାଠି , ଗୌଡ ସାହିର ଶ୍ୟାମ ସୁନ୍ଦର ସାହୁ ଓରଫ ଚେରୁ ଓ ପିଣ୍ଟୁ ଓରଫ ପାଣ୍ଡା ଗୌଡ ବୋଲି ପୁଲିସ ସୂଚନା ଦେଇଛି।ଆଜି ଅପରାହ୍ନ ପ୍ରାୟ‌ ସାଢେ଼ ୩ ଟା ବେଳେ ଗୋଳନ୍ଥରା ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ହଳଦିଆପଦର ବସଷ୍ଟାଣ୍ଡ ପଛପଟେ ୫/୬ ଜଣ ଡକାୟତ ଜାତୀୟ ରାଜପଥ ନଂ ୧୬ ରେ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ଖବର ପାଇ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଉପରୋକ୍ତ ୩ ଅଭିଯୁକ୍ତ ଧରା ପଡ଼ିଥିବା ବେଳେ ଅନ୍ୟମାନେ ଖସି ଯିବାକୁ ସକ୍ଷମ ହୋଇଥିଲେ। ପୁଲିସ ଘଟଣା ସ୍ଥଳରୁ ଗିରଫ କରିଥିବା ଶିବରାମ ର ଅଣ୍ଟା ରୁ ଗୁଳି ଭର୍ତ୍ତି ଏକ ୯ ଏମ ଏମ ବନ୍ଧୁକ ଜବତ କରିବା ସହ ୨ ଟି ମୋବାଇଲ ଜବତ କରିଥିଲା।ଏହା ସହ ଗିରଫ ଅନ୍ୟତମ ଅଭିଯୁକ୍ତ ଚେରୁ ଠାରୁ ଗୋଟିଏ ଖଣ୍ଡା ସହ ୨ ଟି ମୋବାଇଲ ଓ ପାଣ୍ଡା ଗୌଡ ଠାରୁ ଗୋଟିଏ ଖଣ୍ଡା ଓ ଗୋଟିଏ ମୋବାଇଲ ଜବତ କରିଥିଲା।ଏଥିସହ ୨ ଟି ମୋଟରସାଇକେଲ (ଓ ଆର ୦୭ କ୍ୟୁ ୫୯୫୧ ଓ ଓଡି ୦୭ ସି ୨୭୦୯)ଘଟଣା ସ୍ଥଳରୁ ଜବତ କରିଥିଲା। ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ବ୍ରହ୍ମପୁର ର ମହିଳା ଥାନା,ସଦର ଓ ଗୋଷାଣୀ ନୂଆଗାଁ,ବି ଏନ ପୁର ଓ ବଡ ବଜାର ଥାନାରେ ଅନେକ ମାମଲା ରହିଛି। ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories