ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଯୁବକ କୋର୍ଟ ଚାଲାଣ।


ଗୋପାଳପୁର,୨୬/୦୪
ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ କରିବା ଘଟଣାରେ ଗୋଳନ୍ଥରା ପୋଲିସ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରୁଣା ପାଟଣା ର ଜିତୁ ନାୟକ (୨୧) ବୋଲି ପୋଲିସ ସୂଚନା ଦେଇଛି l ଗୋଳନ୍ଥରା ଥାନା ଅଧିନସ୍ଥ ଏକ ଅଞ୍ଚଳର ଜୈନିକା ନାବାଳିକା କୁ ପୁରୁଣା ପାଟଣା ଗ୍ରାମର ଜିତୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଗତ ୩ ତାରିଖରେ ଅପହରଣ କରି ବାହାର ଜିଲ୍ଲା କୁ ନେଇ ଚାଲିଯାଇଥିଲେ l ପରେ ପରିବାର ଲୋକ ଜାଣିବା ପରେ ଖୋଜା ଖୋଜି କରିଥିଲେ ମଧ୍ୟ୍ୟ ନାବାଳିକା ଝିଅର କୌଣସି ଖବର ପାଇନଥିଲେ l ଏ ନେଇ ଗୋଳନ୍ଥରା ଥାନାରେ ନିଖୋଜ ନାବାଳିକାର ମାଁ ଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା lଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୧୫୪/୨୪ ରେ ଅପହରଣ ମାମଲା ରୁଜୁ ପୋଲିସ ତଦନ୍ତ ଆରମ୍ଭ କରିଥିଲା lଅନ୍ୟ ପଟେ ଜିତୁ ନାବାଳିକା କୁ ବିଭିନ୍ନ ସ୍ଥାନରେ ରଖି ଦୁଷ୍କର୍ମ କରୁଥିଲେ l ଅପହରଣ କାରି ଓ ନାବାଳିକା କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଡାଉ ଜାରି ରଖିଥିଲା l ଭୁବେନେଶ୍ୱର ଠାରେ ଜିତୁ ନିଜ ଭଉଣୀ ଘରେ ଥିବା ନେଇ ପୋଲିସ ଖବର ପାଇଥିଲେ । ଗୋଳନ୍ଥରା ପୁଲିସ ପକ୍ଷରୁ ଏକ ଟିମ ଗଠନ କରାଯାଇ ସେଠାରେ ଚଡାଉ କରି ନାବାଳିକା କୁ ଉଦ୍ଧାର କରିବା ସହ ଜିତୁ କୁ କାବୁ କରିଥିଲେ l ପୋଲିସ ଉଭୟ ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଡାକ୍ତରି ମାଇନ କରିବା ପରେ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ସିଆରପିସି ୧୬୪ ଧାରା ଅନୁସାରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି l ଅନ୍ୟ ପଟେ ଜିତୁ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ପୋଲିସ ସୂଚନା ଦେଇଛି l