Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିର ୮ ବିଧାନସଭା  ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା, ଅରିନ୍ଦମ ଓ ପ୍ରଶାନ୍ତଙ୍କୁ ମିଳିଲା ଟିକେଟ୍

ଭୁବନେଶ୍ଵର: ଭାରତୀୟ ଜନତା ପାର୍ଟି ରବିବାର ୮ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଅଭିନେତା ଅରିନ୍ଦମ ରାୟଙ୍କୁ  ସାଲେପୁରରୁ ପ୍ରାର୍ଥୀ କରାଯାଇଥିବା ବେଳେ ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟିକେଟ୍ ମିଳିଛି। ଆଜିର ପ୍ରାର୍ଥୀକୁ ମିଶାଇ ବିଜେପି ୧୪୦ ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଉ 7ଟି ସିଟ୍‌ରେ ଘୋଷଣା ବାକି ରହିଛି।

ତାଲିକା ଅନୁଯାୟୀ, ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ, ବାସୁଦେବପୁରରୁ ବାଣୀକଲ୍ୟାଣ ମହାନ୍ତି, ହିନ୍ଦୋଳରୁ ସୀମାରାଣୀ ନାଏକ, ସାଲେପୁରରୁ ଅରିନ୍ଦମ ରାୟ, କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବ ପ୍ରାର୍ଥୀ ହୋଇଛନ୍ତି ।

ସୀମାରାଣୀ ନାଏକ ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଜେଡି ତାଙ୍କୁ ହିନ୍ଦୋଲରୁ ପ୍ରାର୍ଥୀ କରି ନ ଥିଲା। ଆଉ ଆଜି ବିଜେପି ସୀମାଙ୍କୁ ଟିକେଟ୍ ଦେଇ ପୁରସ୍କୃତ କରିଛି। ତେବେ ସବୁଠୁ ବଡ ବିଷୟ ବିଜେପି ବିବାଦୀୟ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧାରୁ ପ୍ରାର୍ଥୀ କରିଛି।  ଫଳରେ ଖୋର୍ଦ୍ଧାରେ ବିଦ୍ରୋହ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ  ନ ପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ