ସାଢେ ୧୧ଟାରେ ଭୁୁବନେଶ୍ୱରରେ ପାରଦ ଟପିଲା ୪୦, ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ


ଭୁୁବନେଶ୍ୱର: ଅସହ୍ୟ ତାତିରେ କଲବଲ ଲୋକେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳୁନି ନିସ୍ତାର । ତତଲା କଡେଇରେ ସାରା ଓଡିଶା । ଆଜି ବି ପାରଦ ଉପରମୁହାଁ । ଗରମ ସାଙ୍ଗକୁ ଗୁଳୁଗୁଳି କଲବଲ କରୁଛି । ଏସି ମଧ୍ୟ କାମ କରୁନ । ଆଜି ଦିନ ୧୧ଟା ୩୦ ସୁଦ୍ଧା ପାରଦ ୩୧ ଟପିବା ସହ ବାଲେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି କେନ୍ଦୁଝରରେ ୪୧ ଡିଗ୍ରୀ ଥିବା ବେଳେ ରାଜଧାନୀ ଭୁୁବନେଶ୍ୱରରେ ତାପମାତ୍ରା ୪୦.୪ ଡିଗ୍ରୀ ରହିଛି । ଝାରସୁଗୁଡାରେ ୩୯.୮, ହୀରାକୁଦରେ ୩୯ ଡିଗ୍ରୀ, ରାଉରକେଲାରେ ୩୯, ସମ୍ବଲପୁରରେ ୩୮.୬, ଚାନ୍ଦବାଲିରେ ୩୮.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପୁରୀରେ ୩୩.୮, ଗୋପାଳପୁରରେ ୩୩.୨ ଓ ପାରାଦୀପରେ ପାରଦ ୩୩ ଡିଗ୍ରୀ ରହିଛି । ଆଜି ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀରେ ୩୩.୮ ତାପମାତ୍ରା ରେକର୍ଡ ହୋଇଥିଲା ।

ପାଣିପାଗ ବିଭାଗ ଅନୁଯାୟୀ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍ ୱେଭ୍ ଜାରି ରହିବ । କାଳବୈଶାଖୀ ସମ୍ଭାବନା ଥିବାରୁ ତାପମାତ୍ର ୨/୩ ଦିନ କମିବା ପରେ ପୁଣି ଥରେ ପାରଦ ଉପରମୁହାଁ ହେବ ।