Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଟରଙ୍କ ମନ ଛୁଉଁଛି କଂଗ୍ରେସର ୧୦ ଗ୍ୟାରେଣ୍ଟି କାର୍ଡ:ରେଙ୍ଗାଲିରେ ବିପୁଳ ସମର୍ଥନ

ସମ୍ବଲପୁର(ରେଙ୍ଗାଲି):ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଇଂ. ଦିଲୀପ କୁମାର ଦୁରିଆ ଙ୍କ ପ୍ରତି ବିପୁଳ ଜନ ସମର୍ଥନ ଦେଖିବାକୁ ମିଳିଛି I ଆଜି ମାନେଶ୍ଵର ବ୍ଲକ ଅନ୍ତର୍ଗତ ଚାନ୍ଦମୁଣ୍ଡା ରେ ଆୟୋଜିତ ମିଶ୍ରଣ ପର୍ବ ରେ ଶାସକ ବିଜୁ ଜନତା ଦଳ ର ୨ ହଜାର ଏବଂ ବିଜେପିର ୫ ଶହ ରୁ ଉର୍ଦ୍ଧ୍ୱ ପଞ୍ଚାୟତ ସ୍ତରୀୟ ନେତା ଓ କର୍ମୀ କଂଗ୍ରେସ ରେ ଯୋଗଦାନ କରିଛନ୍ତି I ମାନେଶ୍ଵର ପଞ୍ଚାୟତ ର ବିଜେଡ଼ି ସଭାପତି ଥିବା ଯୁବ ନେତା କୈଳାସ ମିର୍ଦ୍ଧା ଙ୍କ ନେତୃତ୍ୱରେ ଏହି ବ୍ଲକ ର ମାନେଶ୍ଵର, ଗୁଣ୍ଡେରପୁର, ବତେମୁରା, ମଠପାଲି ଆଦି ପଞ୍ଚାୟତର ମାନେଶ୍ଵର ସମିତି ସଭ୍ୟ ଶରତ ଭୋଇ, ଗୁଣ୍ଡେରପୁର ପୂର୍ବତନ ସରପଞ୍ଚ ଡୋଳାମଣୀ ବେହେରା, ବିଜେପି ଯୁବ ନେତା ଦିନେଶ ବେହେରା, ସୁଦାମ ଆଚାର୍ଯ୍ୟ ପ୍ରମୁଖ ହଜାର ହଜାର ପଞ୍ଚାୟତ ସ୍ତରୀୟ ନେତା ଓ କର୍ମୀ କଂଗ୍ରେସ ରେ ଯୋଗଦାନ କରିଥିଲେ I ଦଳ ରେ ଯୋଗଦାନ କରିଥିବା ସମସ୍ତେ ନେତୃ ମଣ୍ଡଳୀ ଙ୍କୁ ପ୍ରାର୍ଥୀ ଇଂ ଦିଲୀପ କୁମାର ଦୁରିଆ ଏବଂ ତାଙ୍କ ଧର୍ମପତ୍ନୀ ବିଶିଷ୍ଟ କଂଗ୍ରେସ ନେତ୍ରୀ କିରଣ ଜୟପୁରିଆ ଦଳୀୟ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ I ରେଙ୍ଗାଲି ଦଳୀୟ କଂଗ୍ରେସ କର୍ମୀ ମହଳ ରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି I କର୍ମୀ ମାନେ ସାଂସଦ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ଏବଂ ବିଧାୟକ ପ୍ରାର୍ଥୀ ଇଂ. ଦିଲୀପ ଦୁରିଆ ଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ଜିତାଇବାକୁ ଶପଥ ନେଇଥିଲେ I ୨୪ ବର୍ଷର ବିଜେଡ଼ି ଶାସନ ଓ ୯ ବର୍ଷର ଅଘୋଷିତ ମେଣ୍ଟ ବିଜେଡ଼ି ବିଜେପି ଶାସନ କୁ ତୀବ୍ର ସମାଲୋଚନା କରି କଂଗ୍ରେସ ପ୍ରାର୍ଥୀ ଇଂ. ଦିଲୀପ ଦୁରିଆ ଆପଣ ମାନଙ୍କ ସମସ୍ୟା ଗୁଡିକର ସମାଧାନ ପାଇଁ ଏହା ହକ୍ ର ଲଢେଇ ଅଟେ ବୋଲି ପ୍ରକାଶ କରିଥିଲେ I ରେଙ୍ଗାଲି ଏକ ଶିଳ୍ପ ବହୁଳ ଅଂଚଳ ହୋଇଥିବା ବେଳେ ଗତ ୨୪ ବର୍ଷ ଭିତରେ ସ୍ଥାନୀୟ ନିଯୁକ୍ତି କେତେ ବୋଲି ପ୍ରଶ୍ନ କରିଥିଲେ I କଂଗ୍ରେସ ରାଜ୍ୟରେ ସରକାର କୁ ଆସିଲେ ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା, କୃଷି ଋଣ ଛାଡ଼,କୃଷକ ପାଇଁ ମାସିକ ପେନ୍‌ସନ୍ ୨୦୦୦ ଟଙ୍କା,ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼, ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା, ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼, ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା, ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ସିଲିଣ୍ଡର, ସରକାରୀ କର୍ମରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା, ବାଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା, ରାଜ୍ୟରେ ଜାତିଭିତ୍ତିକ- ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା,
ଏବଂ କେନ୍ଦ୍ରରେ କଂଗ୍ରେସ ସରକାର ଆସିଲେ ପ୍ରତ୍ୟେକ ପରିବାରକୁ ମହାଲକ୍ଷ୍ମୀ ଯୋଜନାରେ ମାସିକ ୮୦୦୦ ଟଙ୍କା ଏବଂ ବର୍ଷକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ କଂଗ୍ରେସ ର ଗ୍ୟାରେଣ୍ଟି ବୋଲି ପ୍ରାର୍ଥୀ ଶ୍ରୀ ଦୁରିଆ କହିଥିଲେ I ଏହି ମିଶ୍ରଣ ପର୍ବ ରେ ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଜୟ ଶଙ୍କର ମିଶ୍ର, ପିସିସି ସଦସ୍ୟ ତଥା ଜ଼ିଲ୍ଲା ଉପ ସଭାପତି ସୁବାସ ଚନ୍ଦ୍ର ବିଶ୍ୱାଳ, ସାଂସଦ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ଙ୍କ ପ୍ରତିନିଧି ସରୋଜ ସାହୁ, ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟ ଦିଲୀପ କୁମାର ମିର୍ଦ୍ଧା, ଜ଼ିଲ୍ଲା ସମ୍ପାଦକ ସଞ୍ଜୟ କୁମାର ମିଶ୍ର, ଧନକଉଡା ବ୍ଲକ ସଭାପତି ଶଙ୍କର୍ଷଣ ନାଥ, ରେଙ୍ଗାଲି ବ୍ଲକ ସଭାପତି ଚତୁର୍ଭୁଜ ଝାଙ୍କର, କଂଗ୍ରେସ ନେତା କିଶୋର ଲାଲ ଅଗ୍ରୱାଲ, ନାରୀନେତ୍ରୀ ସରୋଜିନୀ ଆଚାର୍ଯ୍ୟ, ସୁବଳ ସିଂ, ଲଷ୍ମୀ ଓରାମ ପ୍ରମୁଖ ମଂଚାସୀନ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ