ପଡିଗାଓଁ ଓ ସତ୍ୟମ ଆଶ୍ରମରେ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ


ଝାରସୁଗୁଡା ୩୦/୪ (ଓଡ଼ିଶା ନ୍ୟୁଜ) ପଡ଼ୋଶୀ ଛତିଶଗଡ଼ ରାୟଗଡ଼ ଜିଲ୍ଲାର ଓଡ଼ିଆ ଭାଷାଭାଷୀ ଅଞ୍ଚଳ ପଡିଗାଓଁ ଓ ବେଲେରିଆ ସ୍ଥିତ ଓଡ଼ିଆ ତପୋଭୂମି ସତ୍ୟମ ଆଶ୍ରମ ରେ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ବେଲେରିଆ ଡୁମେରପାଲି ସ୍ଥିତ ଓଡିଆ ତପୋଭୂମି ସତ୍ୟମ ଆଶ୍ରମରେ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ପ୍ରଥମେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦ୍ବୀପ ପ୍ରଜ୍ବଳନ ସହ ପୁଷ୍ପମାଲ୍ୟ ଅର୍ପଣ ପରେ ମଧୁସୂଦନ ଦାସଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ ଗୀତ ପରିବେଷଣ କରିଥିଲେ । ଓଡ଼ିଆ ଶିକ୍ଷୟିତ୍ରୀ ଯଶୋବନ୍ତି ସା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ଛତିଶଗଡ଼ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଲିପିଶିକ୍ଷାର ସଂସ୍ଥାପକ ତଥା ବେଲେରିଆ ସତ୍ୟମ ଆଶ୍ରମର ମୁଖ୍ୟ ପରିଚାଳକ କ୍ଷମାସାଗର ଭୋଇ ମଧୁବାବୁଙ୍କ ଜୀବନ ଦର୍ଶନ ବିଷୟରେ ବିସ୍ତୃତ ଭାବେ ବାଖ୍ୟା କରିଥିଲେ । ବେଲେରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଓଡ଼ିଆ ଶିକ୍ଷୟିତ୍ରୀ ସନ୍ତୋସିନୀ ସାହୁ ଓଡ଼ିଆ ଭାଷା ପ୍ରତି ମଧୁବାବୁଙ୍କ ସମର୍ପଣ ଉପରେ ଆଲୋଚନା କରିଥିଲେ ଏବଂ ଶିକ୍ଷୟିତ୍ରୀ ଶୈଳ ସିଦାର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ର ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସରୋଜିନୀ ଚୌହାନ, ପୁଷ୍ପା ସୁନା, ରୀତା ସାହୁ, ମାଧୁରୀ ରାଉତ, ଜୟନ୍ତୀ ୟାଦବ, ବାସନ୍ତୀ ସା ପରିଚାଳନା ରେ ସହଯୋଗ କରିଥିଲେ ଏବଂ ସମସ୍ତ ଙ୍କ ପାଇଁ ଅନ୍ନ ପ୍ରାସାଦର ବ୍ୟବସ୍ଥା କରା ଯାଇଥିଲା ।
ସେହିପରି ପଡିଗାଓଁରେ ମଧ୍ୟ ଅନୁରୂପ ଆୟୋଜିତ କାର୍ଯ୍ୟକ୍ରମରେ ଦୈତାରୀ ମେହେର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଦ୍ବୀପ ପ୍ରଜ୍ବଳନ କରିଥିଲେ । ଏହି ଅବସରରେ ନିମନ୍ତ୍ରିତ ଅତିଥି ମାନେ ମଧୁସୂଦନ ଦାସଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ପଡିଗାଓଁ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ମାନେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରିଥିଲେ । ବାଳିକା ବିଦ୍ୟାଳୟର ଓଡ଼ିଆ ଶିକ୍ଷୟିତ୍ରୀ ଅମୂଲ୍ୟା ପାଇକ ସଭା ସଞ୍ଚାଳନ କରିଥିବା ବେଳେ ପ୍ରାଥମିକ ବିଦ୍ୟାଳୟର ଓଡ଼ିଆ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।