Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲକ୍ଷ୍ମୀ ବସଠୁ ନେଇ ବଡ ପ୍ରଜେକ୍ଟ ସବୁ ଅଣଓଡିଆ କରିବେ, ଷ୍ଟେଜରେ କେବଳ ସାନ ବାବୁ ଚଢିବେ; ଏହା କି ଅସ୍ମିତା ?

ଭୁୁବନେଶ୍ୱର: ରାଜ୍ୟ ସରକାର ଓ ବିଜେଡି ସାଂସଦଙ୍କୁ ଅପରାଜିତା ଷଡଙ୍ଗୀଙ୍କ ଟାର୍ଗେଟ୍ । ବଡ ବାବୁ ଓ ସାନ ବାବୁ ପ୍ରସଙ୍ଗ ଉଠାଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁୁବନେଶ୍ୱରର ସାଂସଦ । ଅପରାଜିତା କହିଛନ୍ତି ଜଣେ ସାନ ବାବୁ ବଡ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି । ଓଡିଆ ଅସ୍ମିତା ବିପଦରେ ଅଛି, ଏହା ସମସ୍ତଙ୍କୁ ଅନୁଭବ କଲେଣି । ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଅପରାଜିତା।

ସେ କହିଛନ୍ତି ରାଜ୍ୟର ସବୁ ବଡ଼ ବଡ଼ କାମ ଅଣଓଡ଼ିଆ କଣ୍ଟ୍ରାକ୍ଟରଙ୍କୁ ଦିଆଯାଉଛି। ଛୋଟ ଛୋଟ କାମକୁ ମିଶାଇ ଟେଣ୍ଡର କରି କାମ ଦିଆଯାଉଛି। କଣ ଓଡିଶାରେ କଣ୍ଟ୍ରାକ୍ଟର ନାହାନ୍ତି । କଣ ସେମାନଙ୍କର ହକ୍ ନାହିଁ ନିଜ ରାଜ୍ୟରେ କାମ କରିବା ପାଇଁ । ସବୁ କାର୍ଯ୍ୟ୍ୟକ୍ରମରେ କେବଳ ସାନ ବାବୁ ଷ୍ଟେଜ ଚଢୁଛନ୍ତି । ବିଧାୟକ ଓ ମନ୍ତ୍ରୀଙ୍କୁ ବେଖାତିର କରାଯାଉଛି । ଷ୍ଟେଜ୍ ଉପରକୁ ଓଡ଼ିଆ ନେତା ଚଢ଼ିପାରିବେନି, ଏହା କି ଅସ୍ମିତା? ରାଜ୍ୟରେ ‘ଲକ୍ଷ୍ମୀ’ ବସ୍ ସେବା ବାହାର ଲୋକ ବୁଝିବା କାରଣ କ’ଣ? ପ୍ରତି ବର୍ଷ ୩ ମାସ ଇକୋ ଟୁରିଜିମ୍ କଥା କିଏ ବୁଝୁଛି ବୋଲି ପଚାରିଛନ୍ତି ଅପରାଜିତା। ଡିସେମ୍ବର, ଜାନୁଆରୀ ଓ ଫେବୃଆରୀ ଏହି ତିନି ମାସ ରାତି ପିଛା ୪୦ ହଜାର ଟଙ୍କା ଅଣ ଓଡିଆଙ୍କୁ ଦିଆଯାଇ ଇକୋ ଟୁରିଜିମ କଥା ବୁଝାଯାଉଛି ।

ଅପରାଜିତା ଅଭିଯୋଗ କରିଛନ୍ତି ଯେ ଗତ ୩/୪ଟି ନିର୍ବାଚନରେ ବିଜେଡି ଅନ୍ଧାରୀ ବିଜେ କରି ବିଜୟୀ ହେଉଛି। ଅନ୍ଧାରୀ ବିଜେରେ ଗତ ନିର୍ବାଚନରେ ଲୋକଙ୍କୁ ମୁଣ୍ଡ ପିଛା ୬ ଶହ ଟଙ୍କା ଦେଇଥିଲେ। ଏହାର ଭିଡିଓ ପ୍ରମାଣ ମଧ୍ୟ ରହିଛି। ଏଥର ମୁଣ୍ଡ ପିଛା ୧୦୦୦ ଟଙ୍କା କରିବାକୁ ବିଜେଡି ନିଷ୍ପତ୍ତି ନେଇଛି। ୫ ବର୍ଷ ଅର୍ଥାତ ୧୮୨୬ ଦିନକୁ କ’ଣ କେବଳ ହଜାରେ ଟଙ୍କା? ଏହାକୁ ହିସାବକୁ ନେଲେ ଦିନକୁ ପଡ଼ୁଛି ମାତ୍ର ୫୪ ପଇସା। କଣ ଓଡିଶାବାସୀଙ୍କ ମୁଣ୍ଡର ମୂଲ୍ୟ ମାତ୍ର ୫୪ ପଇସା ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି, ହରଘର ଜଳ ଯୋଜନାରେ ୧୦ ହଜାର କୋଟି ଦେଇଛନ୍ତି କେନ୍ଦ୍ର ସରକାର। ମାତ୍ର ରାଜ୍ୟ ସରକାର ୪ ହଜାର ୨ ଶହ କୋଟି ବ୍ୟୟ କରିଛନ୍ତି। ଲୋକେ ପାଣି ନ ପାଇ ଡହଳ ବିକଳ ହେଉଛନ୍ତି। କିନ୍ତୁ କାହିଁକି ଖର୍ଚ୍ଚ ହେଲାନି ଟଙ୍କା? ପ୍ରଧାନମନ୍ତ୍ରୀ ଆବାସ ନେଇ କାହିଁକି ତଥ୍ୟ ଅପ୍‌ଲୋଡ କରୁନାହାନ୍ତି ରାଜ୍ୟ ସରକାର। ଯାହାର ପରିଣାମ ଓଡିଶାବାସୀ ଭୋଗୁଛନ୍ତି ବୋଲି ଅପରାଜିତା କହିଛନ୍ତି ।