Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରପାଲି ମହାବିଦ୍ୟାଳୟରେ ଉଦ୍ୟମିତା ସମ୍ପର୍କିତ ପାଠଚକ୍ର

ବରପାଲି :ବରପାଲି ମହାବିଦ୍ୟାଳୟ ପରିସରରେ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥାନ ଅହମଦାବାଦ, ଗୁଜରାଟ ଓ ମହାବିଦ୍ଯାଳୟ ମିଳିତ ଉଦ୍ଯମରେ ଉଦ୍ୟମିତା ସମ୍ପର୍କିତ ଏକ ଆଲୋଚନା ପାଠଚକ୍ର ଆୟୋଜିତ ହୋଇଯାଇଛି। ମହାବିଦ୍ଯାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ସୁଶୀଲ କୁମାର ଶତପଥିଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ଦୀପକ ଗୋୟଲ ନିର୍ଦ୍ଦେଶକ ଇମ୍ପେରିଆଲ କଲେଜ, ବରଗଡ଼ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବିଷ୍ଣୁପ୍ରସାଦ ପଣ୍ଡା, ପ୍ରାଧ୍ୟାପକ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥାନ, ଗୁଜୁରାଟ ଯୋଗ ଦେଇ ଉଦ୍ୟମିତା କିପରି ସଫଳତାର ମାପକାଠି ଏବଂ ତାହାର ବିଭିନ୍ନ ଦିଗ ଉପରେ ବ୍ୟାପକ ଆଲୋଚନା କରିଥିଲେ । କ୍ୟାରିୟର କାଉନସେଲିଂ ସେଲ ସଂଯୋଜକ ଅଧ୍ୟାପକ ଭକ୍ତବନ୍ଧୁ ପ୍ରଧାନଙ୍କ ସଂଯୋଜନାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଧିରୋଜ୍ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ପ୍ରହଲ୍ଲାଦ ଦେବତା ସହ ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ