Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିକୁ ଝଟକା,  ଟିକେଟ୍ ନ ମିଳିବାରୁ ଦଳ ଛାଡ଼ିଲେ ଅନୁଭବ ପଟ୍ଟନାୟକ

ଭୁବନେଶ୍ଵର: ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ କିଛି ଦିନ ବାକି ରହିଛି। ତଥାପି ନେତାଙ୍କ ଦଳ ଛାଡ଼ିବା ପର୍ବ ଜାରି ରହିଛି। ଯେଉଁ  ହିସାବରେ ଟିକେଟ୍ ଘୋଷଣା ଚାଲିଛି ସେହି ହିସାବରେ ନେତା ମଧ୍ୟ ଦଳ ଛାଡ଼ୁଛନ୍ତି। ଏହିକ୍ରମରେ ବିଜେଡିକୁ ଆଜି ଝଟକା ଲାଗିଛି। ବିଜେଡି ଛାଡ଼ିଛନତି ଅନୁଭବ ପଟ୍ଟନାୟକ। ଗୁରୁବାର ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଖଣ୍ଡପଡ଼ାରୁ ଟିକେଟ ନମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ହେଲେ ଆଗାମୀ ରଣନୀତି ନେଇ ସେ ମୁହଁ ଖୋଲିନ ଥିଲେ  ହେଁ ଖଣ୍ଡପଡ଼ାରୁ ସ୍ଵାଧୀନ ଭାବେ ନିର୍ବାଚନ ଲଢି ପାରନ୍ତି। 

୨୦୧୪ ନିର୍ବାଚନରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡିରୁ ପ୍ରାର୍ଥୀ ହୋଇ ଜିତିଥିଲେ ଅନୁଭବ ପଟ୍ଟନାୟକ। ହେଲେ ୨୦୧୯ରେ ତାଙ୍କୁ ବିଜେଡି ପ୍ରାର୍ଥୀ କରିନଥିଲା। ତାଙ୍କ ସ୍ଥାନରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଏହା ସତ୍ତ୍େ  ଅନୁଭବ ଦଳରେ ଥିଲେ ଓ ସଙ୍ଗଠନକୁ ସମ୍ଭାଳି ଥିଲେ। ଏହା ସହିତ ସେ ସୌମ୍ୟରଞ୍ଜନଙ୍କୁ ଟାର୍ଗେଟ୍‌ କରିବାରେ କୌଣସି ସୁଯୋଗ ହାତଛଡ଼ା କରୁ ନ ଥିଲେ।

ତାଙ୍କ ନେତୃତ୍ଵରେ ବିଜେଡି ଗତ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା। ତାଙ୍କୁ ଏହାର ଶ୍ରେୟ ମଧ୍ୟ ମିଳିଥିଲା। ତେଣୁ ଏଥର ନିର୍ବାଚନରେ ତାଙ୍କୁ ଟିକେଟ୍ ମିଳିବ ବୋଲି ନିଶ୍ଚିତ ଥିଲେ ଅନୁଭବ। ହେଲେ ଶେଷରେ ନିରାଶ ହେବାକୁ ପଡିଛି। ତାଙ୍କ ବଦଳରେ ବିଜେଡି ସାବିତ୍ରୀ ପ୍ରଧାନଙ୍କୁ ଟିକେଟ୍ ଦେଇଛି। ଶେଷରେ ମର୍ମାହତ ହୋଇ ଆଜି ବିଜେଡି ଛାଡିଛନ୍ତି ଅନୁଭବ ପଟ୍ଟନାୟକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ