Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୀଳଗିରିରୁ ସନ୍ତୋଷ ଖଟୁଆ ବିଜେପି ପ୍ରାର୍ଥୀ, ଟିକେଟ୍ ନ ମିଳିବାରୁ ବିଜେଡି ଛାଡିଥିଲେ

ଭୁୁବନେଶ୍ୱର: ନୀଳଗିରି ବିଧାନସଭା ପାଇଁ ଶୁକ୍ରବାର ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ଦଳ ସନ୍ତୋଷ ଖଟୁଆଙ୍କୁ ନୀଳଗିରିରୁ ପ୍ରାର୍ଥୀ କରିଛି । ସନ୍ତୋଷ ଖଟୁଆ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ । ଟିକେଟ୍ ନ ମିଳିବାରୁ ସନ୍ତୋଷ ନିଜର ଶତାଧିକ କର୍ମୀଙ୍କ ସହ ବିଜେଡି ଛାଡିଥିଲେ । ଆଜି ନୀଳଗିରିରେ ପ୍ରାର୍ଥୀ ଦେବା ସହ ବିଜେପି ସମସ୍ତ ୧୪୭ ଆସନରେ ପ୍ରାର୍ଥୀ ଦେଇଛି ।

ସନ୍ତୋଷଙ୍କ ତାଙ୍କର ଶତାଧିକ କର୍ମୀ ମଧ୍ୟ ବିଜେପିରେ ମିଶିଛନ୍ତି । ଗତକାଲି ବିଜେଡି ଛାଡିବା ପରେ ସନ୍ତୋଷ ଖଟୁଆ ବିଜେପିରେ ମିଶିବେ ଏବଂ ପ୍ରାର୍ଥୀ ହେବା ନେଇ ନିଶ୍ଚିତ ଲାଗୁଥିଲା । ଆଉ ଆଜି ବିଜେପି ତାଙ୍କୁ ନୀଳଗିରିରୁ ପ୍ରାର୍ଥୀ କରିଛି । ଗତକାଲି ବିଜେପି ଅବଶିଷ୍ଟ ୭ଟି ଆସନରୁ ୬ଟିରେ ପ୍ରାର୍ଥୀ ଦେଇଥିଲେ ହେଁ ନୀଳଗିରି ପାଇଁ ଘୋଷଣା କରି ନ ଥିଲା । ସନ୍ତୋଷ ଖଟୁଆ ବାଲେଶ୍ୱର ଜିଲ୍ଲା ବିଜେଡି ଉପସଭାପତି ଥିଲେ । ଏବେ ନୀଳଗିରିରେ ସନ୍ତୋଷ ଖଟୁଆ ଓ ସୁକାନ୍ତ ନାୟକଙ୍କ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି ।

୨୦୧୯ ନିର୍ବାଚନରେ ସନ୍ତୋଷ ଖଟୁଆ ବିଜେଡି ପ୍ରାର୍ଥୀ ହୋଇଥିଲେ। ହେଲେ ବିଜେଡିରୁ ଯାଇ ବିଜେପିରେ ମିଶିଥିବା ବିଧାୟକ ସୁକାନ୍ତ କୁମାର ନାୟକଙ୍କଠାରୁ ସେ ୧୫୭୭ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ। ନିର୍ବାଚନରେ ହାରିଥିଲେ ହେଁ ବିଜେଡି ସଙ୍ଗଠନକୁ ସୁଦୃଢ଼ କରିବାରେ ଲାଗି ପଡ଼ିଥିଲେ। ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ ବୋଲି ଆଶାୟୀ ଥିଲେ। ହେଲେ ସୁକାନ୍ତ ନାୟକ ବିଜେପି ଛାଡ଼ି ବିଜେଡିରେ ମିଶିବା ପରେ ଶ୍ରୀ ଖଟୁଆଙ୍କ ସବୁ ଆଶା ମଉଳି ଯାଇଥିଲା । ଆଉ ବିଜେଡି ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ