Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିରାଡମ୍ବରରେ ଯାଇ ପ୍ରାର୍ଥୀ ପତ୍ର ଦାଖଲ କଲେ ରେଢାଖୋଲ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର

ସମ୍ବଲପୁର (ରେଢାଖୋଲ) :ଆଜି ରେଢ଼ାଖୋଲ ବିଜେପି ବିଧାନସଭା ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ନିରାଡମ୍ବରରେ ଯାଇ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ୨ ସେଟ୍ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।
ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦିକା ସସ୍ମିତା ରାଣୀ ଦେହୁରୀ, ଜିଲ୍ଲା ଉପ ସଭାପତି ବିଚିତ୍ରା ନନ୍ଦ ସାହୁ ଦେବେନ୍ଦ୍ରଙ୍କ ପ୍ରସ୍ତାବକ ଓ ସମର୍ଥକ ଥିବା ବେଳେ ଏନ୍.ଏ.ସି ସଭାପତି ରାମାନୁଜ ମହାପାତ୍ର, ରେଢ଼ାଖୋଲ ବିଧାନସଭା ପ୍ରଭାରୀ ଅର୍ଜୁନ ପଟ୍ଟନାୟକ, ରେଢ଼ାଖୋଲ ଏନ୍.ଏ.ସି ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ବୈଠାରୁ, କିସିଣ୍ଡା ମଣ୍ଡଳ ସଭାପତି ନେତ୍ରା ନନ୍ଦ ରାଉଳ ,ଜୁଜୁମୁରା ମଣ୍ଡଳ ସଭାପତି, ଓମ ପ୍ରକାଶ ବିଶ୍ୱାଳ, ନାକଟିଦେଉଳ ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ, ଏନ୍.ଏ.ସି ଉପାଧ୍ୟକ୍ଷା, ଏନ୍.ଏ.ସି ଯୁବମୋର୍ଚ୍ଚା ସଭାପତି ଆମର କୁମାର ସିଂହ, ସୁଷମା ମୁଣ୍ଡା, ସୂର୍ଯ୍ୟ ପ୍ରକାଶ ମହାପାତ୍ର,ବହୁତ କାର୍ଯ୍ୟକର୍ତା ଓ ପଦାଧିକାରୀ ଏହି ସମୟରେ ଉପସ୍ଥିତ ରହିଥିଲେ।