ଭୁୁବନେଶ୍ୱରରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଆଜି ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କ ସହ କରିବେ ଆଲୋଚନା


ଭୁୁବନେଶ୍ୱର: ଭୁୁବନେଶ୍ୱର ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବିମାନ ବନ୍ଦରରେ ବିଜେପି ପକ୍ଷରୁ ଜୟଶଙ୍କରଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଜୟଶଙ୍କର ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ଏହି ସମୟରେ ସେ କଟକ, ଭୁୁବନେଶ୍ୱର ଓ ସମ୍ବଲପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମେ ୪ ଓ ୫ ଦିନ ଦୁଇ ଓଡିଶା ଗସ୍ତରେ ଆସିଛନ୍ତି । ଭୁୁବନେଶ୍ୱର, କଟକ ଓ ସମ୍ବଲପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଜୟଶଙ୍କର ଆଜି ଭୁୁବନେଶ୍ୱର ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କ ସହ ଆଲୋଚନା କରିବେ । ଆସନ୍ତାକାଲି କଟକରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ । ପୁଣି ସମ୍ବଲପୁର ଯାଇ ବିଜେପି କାର୍ଯ୍ୟକ୍ରମରେ ସାମିଲ ହେବେ । ପୁଣି ୫ ତାରିଖ ଅପରାହ୍ନରେ ଆସିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଭୁୁବନେଶ୍ୱରରେ ଦଳର ପ୍ରମୁଖ ନେତାଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । କଟକରେ ମଧ୍ୟ ନଡ୍ଡାଙ୍କ ନିର୍ବାଚନୀ କାର୍ଯ୍ୟକ୍ରମ ରହିଛି । ଏହା ପରେ ମେ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରରେ ମାରାଥନ ପ୍ରଚାର କରିବେ ।

ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା ପ୍ରଥମ ଓଡିଶା ଗସ୍ତ । ଏହାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି । ସଂପ୍ରତି ବିଜେପିର ଫୋକସ ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଉପରେ ରହିଛି ।