ଚୋକ୍‌ସିଙ୍କୁ ଆଶ୍ବସ୍ତି; ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲାର ଥିଲେ ମୁଖ୍ୟ ଅଭିଯୁକ୍ତ


ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଆଶ୍ବସ୍ତି। ୧୩ ହଜାର କୋଟି ଟଙ୍କା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ହେଲେ ମେହୁଲ ଚୋକସିଙ୍କୁ। ଚୋକସିଙ୍କୁ ଆଣ୍ଟିଗୁଆ ଓ ବାର୍ବୁଦାରୁ ବାହାର କରାଯାଇପାରିବ ନାହିଁ । ଏନେଇ ରାୟ ଦେଇଛନ୍ତି ହାଇକୋର୍ଟ ।

ତେବେ ଏ ନେଇ ଚୋକସି ଏକ ସ୍ବତନ୍ତ୍ର ପିଟିସନ ଦାଖଲ କରିଥିଲେ। ସେ ପିଟିସନରେ ଦର୍ଶାଇଥିଲେ ଯେ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ହୋଇଛି ତାର ସଠିକ ତଦନ୍ତ ହେଉ । ତାଙ୍କୁ ଏହି ଦେଶରେ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା ବୋଲି ସେ ଦର୍ଶାଇଛନ୍ତି । ଭାରତରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩ ହଜାର କୋଟି ଟଙ୍କା ଘୋଟାଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମେହୁଲ ଚୋକସି। ସେ ଆଣ୍ଟିଗୁଆ ଓ ବାର୍ବୁଦାକୁ ଚାଲିଯିବା ପରେ ଭାରତ ପକ୍ଷରୁ ଆଇନଗତ ଲଢେଇ ଜାରି ରହିଥିଲା ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ମେହୁଲ ଚୋକସି ଓ ଅନ୍ୟମାନଙ୍କ ବିରୋଧରେ ଗତ ୨୦୧୮ ଫେବ୍ରୁଆରୀ ୧୫ ତାରିଖରେ ସିବିଆଇ ପକ୍ଷରୁ ମାମଲା ରୁଜୁ ହୋଇଥିଲା ।