Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଳିଲାନି ଟିକେଟ୍‌, ପୁଣି ଦଳ ଡେଇଁଲେ ଦେବାଶିଷ ନାୟକ, କଂଗ୍ରେସରେ ହେଲେ ସାମିକ

ଭୁୁବନେଶ୍ୱର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ ଦିନ କେଇଟା ବାକି ରହିଲା । କିନ୍ତୁ ନେତାଙ୍କ ଦଳ ଡିଆଁ ପର୍ବ ଥମିବାର ନାଁ ଧରୁନି । ଏବେ ଟିକେଟ୍ ନ ମିଳିବାରୁ ପୁଣି ଦଳ ଡେଇଁଛନ୍ତି ବରିଷ୍ଠ ନେତା ଦେବାଶିଷ ନାୟକ । ବିଜେପି ଛାଡି ଶନିବାର କଂଗ୍ରେସରେ ମିଶିଛନ୍ତି । ବରୀରୁ ଟିକେଟ୍ ମିଳିବ ବୋଲି ଆଶା ରଖିଥିଲେ ଦେବାଶିଷ । କିନ୍ତୁ ବିଜେପି ପ୍ରାର୍ଥୀ ନ କରିବାରୁ ସେ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । ଫେବୃଆରୀ ୨୫ ତାରିଖରେ ବିଜେଡି ଛାଡି ବିଜେପିରେ ମିଶିଥିଲେ ଦେବାଶିଷ ନାୟକ ।

ଦେବାଶିଷ ନାୟକ ବରି ଆସନରୁ କ୍ରମାଗତ ୪ ଥର ନିର୍ବାଚନ ଜିତିଥିଲେ । ତେବେ ୨୦୧୯ରେ ତାଙ୍କୁ ଦଳ ଟିକେଟ୍ ଦେଇନଥିଲା। ଆଉ ଏହା ପରଠୁ ସେ ଅସନ୍ତୁଷ୍ଟ ଥିଲେ। ଗତ କିଛି ବର୍ଷ ହେବ ଦେବାଶିଷ ନାୟକକୁ ମଧ୍ୟ ଦଳ ଏକଘରିଆ କରି ରଖିଥିଲା। ତାଙ୍କୁ ସକ୍ରିୟର ରାଜନୀତିରେ ମଧ୍ୟ ଦେଖିବାକୁ ମିଳୁନଥିଲା। ଏଥର ବି ଟିକେଟ୍ ନ ମିଳିବାର ସମ୍ଭାବନା ଦେଖି ବିଜେଡି ଛାଡି ବିଜେପିରେ ମିଶିଥିଲେ । ହେଲେ ବିଜେପିରେ ମଧ୍ୟ ତାଙ୍କୁ ସମାନ ଅବସ୍ଥା ଭୋଗିବାକୁ ପଡିଛି । ଟିକେଟ୍ ନ ମିଳିବାରୁ ସେ ବରୀରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ସେ ଆଜି ବିଜେପିକୁ ବାଏ ବାଏ କହି ହାତ ଧରିଛନ୍ତି ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ବରି ନିର୍ବାଚନ ମଣ୍ଡଳୀରୁ ଦେବାଶିଷ କ୍ରମାଗତ ୪ ଥର ନିର୍ବାଚନ ଜିତି ନିଜର ପତିଆରା ଜାହିର କରି ଆସିଛନ୍ତି। ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ନିର୍ବାଚନ ଜିତିଥିଲେ ସୁଦ୍ଧା ୨୦୧୯ ନିର୍ବାଚନରେ ବରୀରୁ ବିଜେଡି ତାଙ୍କୁ ଟିକେଟ୍ ଦେଇ ନ ଥିଲା। ତାଙ୍କ ସ୍ଥାନରେ ବରି ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା। ଦିନ ଥିଲା ଦେବାଶିଷ ବିଜେଡିର ଜଣେ ଟାଣୁଆ ଓ ପ୍ରଭାବଶାଳୀ ନେତା ଥିଲେ। ସେ ନବୀନ ପଟ୍ଟନାୟକ ସରକାରରେ ଅନେକ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ