Notice: Function _load_textdomain_just_in_time was called incorrectly. Translation loading for the jwt-auth domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /var/www/html/wp-includes/functions.php on line 6121
ଜମିବ ନିର୍ବାଚନୀ ପ୍ରଚାର, ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ - Odisha.News ଓଡ଼ିଆ ଖବର

Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜମିବ ନିର୍ବାଚନୀ ପ୍ରଚାର, ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଭୁୁବନେଶ୍ୱର: ପାରଦ ଯେତିକି ଉପରମୁହାଁ ହେଉଛି ନିର୍ବାଚନୀ ପ୍ରଚାର ସେତିକି ଜୋର ଧରିଛି । କେନ୍ଦ୍ରୀୟ ନେତାଙ୍କ ଆଗମନ ଓଡିଶାକୁ ବଢିବାରେ ଲାଗିଛି । ବିଜେପି କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ରାଜନୀତି ତାତିକୁ ଆହୁରି ବଢାଇ ଦେଇଛି ।ଏହି କ୍ରମରେ ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାତି ସାଢେ ୯ଟାରେ ଭୁୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦୀ । ଏ ନେଇ ଶନିବାର ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ।

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଭୁୁବନେଶ୍ୱରରେ ରାତ୍ରିଯାପନ କରିବେ । ଏହାପରେ ସୋମବାର ସାଢେ ୧୦ଟାରେ ବ୍ରହ୍ମପୁର ଯିବେ । ସେଠାରେ ସାଧାରଣ ସଭାରେ ଯୋଗ ଦେବା ପରେ ନବରଙ୍ଗପୁର ଯିବେ । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରବାର କରିବେ । ନିର୍ବାଚନ ପରିପ୍ରେକ୍ଷୀରେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଓଡିଶା ଗସ୍ତ ।

ଏହା ପୂର୍ବରୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ଚଣ୍ଡିଖୋଲ ଆସିଥିଲେ ମୋଦୀ । ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନେକ ପ୍ରକଳ୍ପର ଶିଳାନ୍ୟାସ୍ ଓ ଉଦଘାଟନ କରିଥିଲେ । ଏହା ପରେ ଦଳ ପକ୍ଷରୁ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଂଶସା କରିଥିଲେ । ତାଙ୍କର ଭାଷଣ ପରେ ହିଁ ଓଡିଶାରେ ବିଜେପି ଓ ବିଜେଡି ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ୬ ତାରିଖ ନିଜର ଭାଷଣରେ କେବଳ ନିଜ ସରକାରର ଗୁଣଗାନ କରିବେ ନା ଶାଣିତ ସ୍ୱରରେ ବିଜେଡିକୁ ହମଲା କରିବେ ତା ଉପରେ ସଭିଙ୍କ ନଜର ରହିଛି ।

ସେହିପରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମେ ୪ ଓ ୫ ଦିନ ଦୁଇ ଓଡିଶା ଗସ୍ତରେ ଆସିଛନ୍ତି । ଭୁୁବନେଶ୍ୱର, କଟକ ଓ ସମ୍ବଲପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ଜୟଶଙ୍କର ଆଜି ଭୁୁବନେଶ୍ୱର ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କ ସହ ଆଲୋଚନା କରିବେ । ଆସନ୍ତାକାଲି କଟକରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ । ପୁଣି ସମ୍ବଲପୁର ଯାଇ ବିଜେପି କାର୍ଯ୍ୟକ୍ରମରେ ସାମିଲ ହେବେ । ପୁଣି ୫ ତାରିଖ ଅପରାହ୍ନରେ ଆସିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଭୁୁବନେଶ୍ୱରରେ ଦଳର ପ୍ରମୁଖ ନେତାଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । କଟକରେ ମଧ୍ୟ ନଡ୍ଡାଙ୍କ ନିର୍ବାଚନୀ କାର୍ଯ୍ୟକ୍ରମ ରହିଛି ।

ଏହା ପୂର୍ବରୁ ଜେପି ନଡ୍ଡା ଏପ୍ରିଲ ୨୮ ତାରିଖରେ ବ୍ରହ୍ମପୁର ଆସି ହାଇଭୋଲଟେଜ ପ୍ରଚାର କରିଥିଲେ । ତାଙ୍କ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସୋନପୁରରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଓଡିଶାରେ ବିଜେପିର ପ୍ରଚାରର ବିଗୁଲ ଫୁଙ୍କିଥିଲେ । କେନ୍ଦ୍ରୀୟ ବିଜେପି ନେତାଙ୍କ ଫୋକସରେ ଓଡିଶା । ଏଥର ଅଧିକରୁ ଅଧିକ ଲୋକସଭା ଆସନ ଜିତିବା ସହ ବିଧାନସଭା ନିର୍ବାଚନ ଜିତିବା ପାଇଁ ଦଳ ଅଣ୍ଟା ଭିଡିଛି । ତେଣୁ କେନ୍ଦ୍ରୀୟ ନେତୃବୃନ୍ଦ ଘନ ଘନ ଓଡିଶା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବା ସହ ବିଜେଡିକୁ ଶାଣିତ ସ୍ୱରରେ ହମଲା କରୁଛନ୍ତି ।