Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋଦୀଙ୍କୁ ନବୀନଙ୍କ କାଉଣ୍ଟର ଆଟାକ, ବିଜେପି ଦିନରେ ସ୍ୱପ୍ନ ଦେଖୁଛି

ଭୁୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରହ୍ମପୁର ଓ ନବରଙ୍ଗପୁରରେ ନିର୍ବାଚନ ପ୍ରଚାର କରି ଏଥର ଓଡିଶାରେ ବିଜେଡି ସରକାର ଯାଉଥିବା ବିଜେପି ଆସୁଥିବା ଦୃଢୋକ୍ତି ପ୍ରକାଶ କରିଥିଲେ । ଏବେ ଭିଡିଓ ରିଲିଜ୍ ଜରିଆରେ ମୋଦୀଙ୍କୁ କାଉଣ୍ଟର ଆଟାକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ଦିନରେ ସ୍ୱପ୍ନ ଦେଖୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବହୁତ ଦିନ ହେଲା ବିଜେପି ଦିନରେ ସ୍ୱପ୍ନ ଦେଖୁଛି ।

ଖଡିଆଳ ସଭା ପୂର୍ବରୁ ବିଜେପିକୁ ନବୀନ ତାତ୍ସଲ୍ୟ କରିଛନ୍ତି । ବିମାନ ଭିତରେ ଥାଇ ବିଜେପିକୁ କଟାକ୍ଷ କରିବା ସହ ଭିକେ ପାଣ୍ଡିଆନଙ୍କ ପ୍ରଶ୍ନରେ ନବୀନ ଶାଣିତ ଉତ୍ତର ଦେଇ କହିଛନ୍ତି ଓଡିଶାରେ ସରକାର ଗଠନ ନେଇ ବିଜେପି ଦିବା ସ୍ୱପ୍ନ ଦେଖୁଛି । ସେମାନଙ୍କ ସ୍ୱପ୍ନ କେବେ ପୂରଣ ହେବନି । ମତଦାନ ଯେତିକି ପାଖଉଛି ବିଜେଡି ଓ ବିଜେପି ମଧ୍ୟରେ ବାକଯୁଦ୍ଧ ବଢିବାରେ ଲାଗିଛି । ଦୁଇ ଦଳ ଓଡିଶାରେ ଏଥର ସରକାର ଗଢିବେ ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି ।

ଆଜି ବ୍ରହ୍ମପୁର ଓ ନବରଙ୍ଗପୁରେ ନିଜର ଭାଷଣରେ ମୋଦୀ କହିଛନ୍ତି, ଚଳିତ ନିର୍ବାଚନରେ ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି। ବିଜେପି ଯାହା କହିଥାଏ, ତାହା କାମରେ କରିକି ଦେଖାଇଥାଏ। ଆସନ୍ତା ମାସ ୪ ତାରିଖରେ ବିଜେଡି ସରକାରର ଏକ୍ସପାରୀ ଡେଟ ଲେଖାଅଛି। ୬ ଜୁନ୍‌ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଫାଇନାଲ ହେବ। ୧୦ ଜୁନ୍‌ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ। ଉକ୍ତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଆମେ ସଙ୍କଳ୍ପପତ୍ରର ଗୋଟିଏ ଗୋଟିଏ ପ୍ରତିଶ୍ରୁତି ପୂରଣ କରିବୁ। ଏହା ମୋଦୀେ ଗ୍ୟାରେଣ୍ଟି ବୋଲି ଦୃଢ଼ତାର ସହ କହିଛନ୍ତି ପ୍ରଧାନମନ୍ତ୍ରୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ