Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ରେ ପାଣ୍ଡିଆନ ଙ୍କ ରୋଡ ସୋ।ହଜାର ହଜାର ସମର୍ଥକଙ୍କ ପକ୍ଷରୁ ବିପୁଳ ସ୍ବାଗତ।

ଗୋପାଳପୁର,୦୬/୦୫
ଆସନ୍ତା ୧୩ ତାରିଖରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଥିବା ବେଳେ ଆଜି ଗୋପାଳପୁର ରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଙ୍କ ନିମନ୍ତେ ପ୍ରଚାର କରିବା ପାଇଁ ଦଳର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ଗୋପାଳପୁର ବସଷ୍ଟାଣ୍ଡ ଛକ ପରିସରରୁ ଆରମ୍ଭ କରିଥିଲେ। ସ୍ଥାନୀୟ ବସଷ୍ଟାଣ୍ଡ ଛକ ପରିସରରେ ଶ୍ରୀ ପାଣ୍ଡିଆନ କୁ ଦଳର କର୍ମୀମାନଙ୍କ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ଶ୍ରୀ ପାଣ୍ଡିଆନ ବିକ୍ରମ ଓ ସାଂସଦ ପ୍ରାର୍ଥୀ ଭୃଗୁ ଙ୍କୁ ଭୋଟ ଦେଇ ଜିତାଇବା କୁ ଅନୁରୋଧ କରିବା ସହ ନବୀନ ପଟ୍ଟନାୟକଙ୍କୁ ଙ୍କୁ ପୁଣି ଥରେ ୬ ଷ୍ଠ ଥର ନିମନ୍ତେ ମୁଖ୍ୟମନ୍ତ୍ରୀ ଭାବେ ଆଶ୍ରିବାଦ କରିବା ସହ ଭଲ ଲୋକଙ୍କୁ ଭୋଟ ଦେଇ ଜିତାନ୍ତୁ ବୋଲି ମତପୋଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିକ୍ରମ ଓ ଭୃଗୁ ଙ୍କ ସମେତ ନାୟକ ସବ୍ୟସାଚୀ,ଅର୍ଛିତା ଏବଂ ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜ, ଚନ୍ଦ୍ରଶେଖର ସାହୁ,ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମ ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ। ଗୋପାଳପୁର କାର୍ଯ୍ୟକ୍ରମ ପରେ ଶ୍ରୀ ପାଣ୍ଡିଆନ ଲାଞ୍ଜିପଲ୍ଲୀ ଗାଇ ଗୋଠ ପଡିଆ ଓ ଲୋଚାପଡା କାଳି ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ରହିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ବ କର୍ମୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories