Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଆରମ୍ଭ ହେବ ଏମ ଏ ଏଡ୍ୟୁକେସନ ସହ ଏମ ଏ ସି କମ୍ପ୍ୟୁଟର ସାଇନ୍ସ ଓ ବାୟୋ ଇନଫରମେଟିକ୍ସ ପାଠ୍ୟକ୍ରମ।

ଗୋପାଳପୁର,୦୬/୦୫
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷ ଠାରୁ କେତେକ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ପିଜି କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏବଂ ଏହି ପାଠ୍ୟକ୍ରମ ଗୁଡ଼ିକୁ ସେଲଫ ଫାଇନାନ୍ସ ମୋଡରେ କରା ଯିବ ବୋଲି ସୂଚନା ଦିଆଯାଇଛି।ଗତ ମେ ୧ ତାରିଖରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପି ଜି କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ବବିଦ୍ୟାଳୟ ର ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହିଥିଲେ।ଏହି ବୈଠକରେ ଚଳିତ ୨୦୨୪-୨୫ ଶିକ୍ଷା ବର୍ଷରୁ ସେଲଫ ଫାଇନାନ୍ସ ମୋଡରେ ଏମ ଏମ ଏଡ୍ୟୁକେସନ ଆରମ୍ଭ ହେବା ସହ ୨୪ ଜଣ ବିଦ୍ୟାର୍ଥୀ ଙ୍କୁ ନାମ ଲେଖାଇବା ପାଇଁ ସ୍ଥିର କରାଯାଇଛି।ଏଥି ପାଇଁ ନାମଲେଖା ଫିସ ବାବଦରେ ୧୦ ହଜାର ଓ କୋର୍ସ ଫିସ ବାର୍ଷିକ ୩୦ ହଜାର ଟଙ୍କା ରହିବ ବୋଲି ଜଣାପଡିଛି। ସେହିପରି ନୂତନ ଭାବେ ଏମ ଏସ ସି କମ୍ପ୍ୟୁଟର ସାଇନ୍ସ କୋର୍ସ ନିମନ୍ତେ ମଧ୍ୟ ୨୪ ଜଣ ବିଦ୍ୟାର୍ଥୀ ନାମ ଲେଖାଇବା ର ବ୍ୟବସ୍ଥା,ପି ଜି ଡିପ୍ଲୋମା ଇନ ବାୟୋ ଇନଫରମେଟିକ୍ସ ବିଭାଗ ଖୋଲିବା ସହ ଚଳିତବର୍ଷ ୧୬ ଜଣ ବିଦ୍ୟାର୍ଥୀ ଙ୍କୁ ନାମଲେଖା ର‌ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ରହିଥିବା ଲିଙ୍ଗୁଷ୍ଟିକ ବିଭାଗ ର ନାମ ପରିବର୍ତ୍ତନ କରାଯାଇ ଏପ୍ଲାଇଡ ଲିଙ୍ଗୁଷ୍ଟିକ ବିଭାଗ କରାଯିବା ସହ ୫୦ ସିଟ୍ ରୁ କମାଇ ଦିଆଯାଇ ଏହାକୁ ୩୦ ସିଟ୍ ବିଶିଷ୍ଟ କରାଯାଇଛି ।ଏମ ସି ଏ ବିଭାଗରେ ରହିଥିବା ସିଟ୍ ସଂଖ୍ୟା ୩୦ ସିଟ୍ ସଂଖ୍ୟା କୁ ବଢା ଯାଇ ୪୦ କରା ଯାଇଥିବା ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଙ୍କ ପକ୍ଷରୁ କୁହାଯାଇଛି।ଏହା ସହ ବିଶ୍ବବିଦ୍ୟାଳୟ ରେ ରହିଥିବା ସମସ୍ତ ବିଜ୍ଞାନ ବିଭାଗ ର ପ୍ରଯୋଗ ଶାଳା ରେ ବ୍ୟବହୃତ ହେଉଥିବା କେମିକାଲ ସହ ଅନ୍ୟାନ୍ୟ ସାମଗ୍ରୀ କିଣା ନିମନ୍ତେ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ ର ନିଷ୍ପତ୍ତି ନିଆଯାଇଛି। ଦ୍ବିତୀୟ ସେମିଷ୍ଟାର ବିଦ୍ୟାର୍ଥୀ ମାନଙ୍କ ପାଠପଢା ଆସନ୍ତା ୧୫ ତାରିଖ ସୁଦ୍ଧା ସାରିବା ୧୮ ତାରିଖ ସୁଦ୍ଧା ସେମାନଙ୍କ ଫର୍ମ ଫିଲପ୍ କରିବା ପାଇଁ ନିଷ୍ପତି ନିଆଯାଇଛି।ଗ୍ରୀଷ୍ମ ଅବକାଶ ପରେ ଦ୍ବିତୀୟ ସେମିଷ୍ଟାର ଫାଇନାଲ ପରୀକ୍ଷା କରାଯିବା ସହ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ଆସନ୍ତା ୯ ତାରିଖ ସୁଦ୍ଧା ସାକ୍ଷାତକାର ସାରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। କୁଳପତି ଭାବେ ପ୍ରଫେସର ଗୀତାଞ୍ଜଳି ଦାସ ଯୋଗ ଦେବା ଦିନ ଠାରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ରୂପାନ୍ତିକରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ବିଶ୍ବବିଦ୍ୟାଳୟ ଓଡ଼ିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ବିଭିନ୍ନ ଯୋଜନା ମାନ କରି ଆସୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories