Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତିଙ୍କ ଦୁଇ ବର୍ଷ ପୂର୍ତ୍ତି ବିଶ୍ବବିଦ୍ୟାଳୟ ରୂପାନ୍ତିକରଣ ର ବିନ୍ଧାଣି ସାଜିଛନ୍ତି କୁଳପତି

ଗୋପାଳପୁର ୬/୫
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପ୍ରଥମ ମହିଳା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଦୁଇ ବର୍ଷ ପୂର୍ତ୍ତି ହୋଇଛି l ସେ ଗତ ୨୦୨୨ ମସିହା ମେ ୭ ତାରିଖରେ ଚାରି ବର୍ଷ ପାଇଁ ବିଶ୍କୁଵବିଦ୍ୟାଳୟ ର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ l ଗତବର୍ଷ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ବହୁ ଉନ୍ନତି କାର୍ଯ୍ୟ କରିବା ସହ ଚଳିତ ବର୍ଷ ମଧ୍ୟ ବହୁବିଧ ଉନ୍ନତି ମୂଳକ କାର୍ଯ୍ୟ ଜାରି ରଖିଛନ୍ତି l ଚଳିତ ବର୍ଷ କୁଳପତି ପ୍ରଫେସର ଦାଶଙ୍କ ପ୍ରଚେଷ୍ଟାରେ ସମାବର୍ତ୍ତନ ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ସ୍ବର୍ଣ୍ଣ ପଦକ ପାଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ lଏହା ମଧ୍ୟ ରେ କୁଳପତି ପ୍ରଫେସର ଦାସ ଅଖିଳ ଭାରତୀୟ ରାଜନୀତି ବିଜ୍ଞାନ ସଂଘର ପ୍ରଥମ ମହିଳା ସଭାପତି ଭାବେ ମନୋନୀତ ହୋଇଥିବା ବେଳେ ଦକ୍ଷିଣ ଏସିଆର ଭାରତର ଜଳବାୟୁ ପରିବର୍ତନ ନାପ୍ସି ପେଗ ର ସଂଘର ସାଧାରଣ ସମ୍ପାଦିକା, ଦେଶର ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଶିକ୍ଷାବିତ ମହିଳା ମାନଙ୍କ ମଧ୍ୟରେ ଦେଶର ୧୧ ତମ ସ୍ଥାନ ଅଧିକାର ଭାବେ ମନୋନୀତ ହୋଇଛନ୍ତି l ଚଳିତ ବର୍ଷ ପ୍ରତ୍ୟେକ ବିଭାଗର ପୁରାତନ ଛାତ୍ର ସଂଘ ପକ୍ଷରୁ ପକ୍ଷରୁ ପ୍ରାୟ ୧୮ଟି ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ପ୍ରତିଷ୍ଠାନ ସହ ଛାତ୍ର ଛାତ୍ରୀ, ଗବେଷକ, ଗବେଷିକାଙ୍କ ଗବେଷଣା ସହ ଉନ୍ନତ ଜ୍ଞାନ କୌଶଳ ପାଇଁ ୧୫ ଗୋଟି ଚୁକ୍ତିପତ୍ର ସ୍ଵାକ୍ଷର ହୋଇଛି l ଏ ଏ ଡ଼ି ସି ପକ୍ଷରୁ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ନିମନ୍ତେ ୧୦ ଗୋଟି ତାଲିମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି l ବିଶ୍ଵବିଦ୍ୟାଳୟରେ ଛାତ୍ର, ଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ହୋଲି, ଦୀପାବଳି, ସମ୍ବଲପୁରୀ ଦିବସ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପାଳିତ ହୋଇ ଆସୁଥିବା ସହ ଗଣେଶ ପୂଜା, ସରସ୍ବତୀ ପୂଜା ରେ ବିଦ୍ୟାର୍ଥୀ ଓ କର୍ଉମଚାରୀଙ୍କ
ମଧ୍ୟରେ ସୁସମ୍ପର୍କ ସ୍ଥାପନ ଉଦେଶ୍ୟରେ ଏକକ ସ୍ଥାନରେ ପୂଜାର ବ୍ୟବସ୍ଥା କରାଯାଇଛି l ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ହରିଣ ପାର୍କକୁ ସଫାସୁତରା କରାଯାଇ ନଗର ବାଟିକା ପ୍ରସ୍ତୁତ ସହ ସେଠାରେ ୫ ହଜାରରୁ ଉର୍ଦ୍ଧ ଫୁଲଗଛ, କୃଟିନ ଗଛ ଆଦି ରୋପଣ କରିବା ସହ ରଙ୍ଗବିରଙ୍ଗର ଆଲୋକୀ କରଣ ସହ ସେଲ୍ଫି ପଏଣ୍ଟ କରାଯାଇଛି l ଶିକ୍ଷକ ତାଲିମ କେନ୍ଦ୍ରକୁ ୟୁ ଜି ସି ମାନ୍ୟତା ପାଇ ମଦନ ମୋହନ ମାଲଵ୍ୟା କେନ୍ଦ୍ର ଭାବେ ସ୍ତିକୃତି ମିଳିବା ସହ ଆଗାମୀ ବର୍ଷ ପାଇଁ ୩୬ଟି ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ପାଇଁ ପଦକ୍ଷେପ ନିଆ ଯାଇଛି l ପୂର୍ଵ ଭାରତୀୟ ସ୍ତରୀୟ ଯୁବ ମହୋତ୍ସବ ଉମଙ୍ଗ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଏଥିରେ ୬ ଶହରୁ ଉର୍ଦ୍ଧ ଛାତ୍ର,ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଏନ ଏସ ଏସ ପକ୍ଷରୁ ରାଜ୍ୟ ସ୍ତରୀୟ ୫ ଟି ଶେଷ୍ଠ ପୁରସ୍କାର ହାସଲ ହୋଇଛି l ବିଶ୍ଵବିଦ୍ୟାଳୟ ପରିସରରେ ୧୦୮ ଫୁଟ ଉଚ୍ଚ ବିଶିଷ୍ଠ ଜାତୀୟ ପତକା ସ୍ଥାପନ ହୋଇଛି l ନୂଆ ଓ କାର୍ଯ୍ୟକ୍ରମରେ ତିନି ଦିନିଆ କାର୍ଯ୍ୟକ୍ରମରେ ୩୭ ଟି ଗ୍ରୁପ ବିଭିନ୍ନ ସଂସ୍କୃତି, କଳାକୃତି ପରିବେଷଣର କାର୍ଯ୍ୟକ୍ରମ ହୋଇଥିଲା l ଚଳିତ ବର୍ଷ ବିଶ୍ଵବିଦ୍ୟାଳୟ ପରିସରରେ ଅବଦୁଲ କଲାମ, ଉପେନ୍ଦ୍ର ଭଞ୍ଜ, ମହାତ୍ମାଗାନ୍ଧୀ,ଡ଼. ବି. ଆର.ଆମ୍ବେଦକର, ମହାମୁନି ଚରକ,ଗୌତମ ବୁଦ୍ଧ, ମହାରାଜ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି l ବିଦ୍ୟୁତ କାଟକୁ ନେଇ ଛାତ୍ର ଛାତ୍ରୀ ହଷ୍ଟେଲରେ ୧୦୦ କିଲୋ ୱାର୍ଟ ବିଶିଷ୍ଠ ସୋଲାର ଖଞ୍ଜା ଯାଇଛି l କ୍ରୀଡ଼ା କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନେ ବିଶ୍ଵବିଦ୍ୟାଳୟର ସ୍ତରରେ ସୁନାମ ଅର୍ଜନ କରିଥିବା ବେଳେ ୪୦୦ କ୍ରୀଡ଼ାବିତ୍ତଙ୍କ ପାଇଁ ହଷ୍ଟେଲ ବ୍ୟବସ୍ଥା ନିର୍ମାଣ କରିବା ସହ ଖେଳ ପଡ଼ିଆକୁ ଉନ୍ନତି କରଣ କରିବେ ବୋଲି କହିଛନ୍ତି l ନିଯୁକ୍ତି ଲେଟର ଓ ଜୋନାଲ ନିୟମିତ ପ୍ରକାଶନ କରାଯାଉଛି l ଜି + ୨, ଜି +୩ ଏକାଡେମୀ ନୂତନ ବ୍ଲକ ନିର୍ମାଣ ଚାଲିଛି l ଭାରତୀୟ ପରମ୍ପରା ଜ୍ଞାନ ପାଇଁ ଛାତ୍ର ଛାତ୍ରୀଙ୍କ ନିମନ୍ତେ ୨୦ ଟି ବିଭିନ୍ନ କାର୍ଯ୍ୟକ୍ରମ ହୋଇଛି l ଛାତ୍ର ଛାତ୍ରୀଙ୍କ ତାଲିମ ପାଇଁ ଷ୍ଟଡିଟୁର ଭାରତର ବିଭିନ୍ନ ସ୍ଥାନକୁ ଯାଇଛନ୍ତି l ଛାତ୍ର ଛାତ୍ରୀଙ୍କ ମେଧାବୃତ୍ତି ସହ ଶିକ୍ଷକଙ୍କ ଗବେଷଣା ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ଜାତୀୟ ଓ ଅନ୍ତଃ ଜାତୀୟ ସମ୍ମିଳନୀ ପ୍ରତ୍ୟେକ ବିଭାଗର ୨୫ଟି କାର୍ଯ୍ୟକ୍ରମ ହୋଇଛି l ଡିଜିଟାଲ ଲାଇବ୍ରେରୀରେ ଇଣ୍ଟରନେଟ ବ୍ୟବସ୍ଥା l ଆଗାମୀ ବର୍ଷ ପାଇଁ ୭ଟି ସାଟିଫିକେଟ ନୂତନ ପାଠ୍ୟକ୍ରମ ଖୋଲାଯିବା ସହ ଏମ.ଏ ଶିକ୍ଷା ବିଭାଗ, ମାଷ୍ଟର କମ୍ପୁଟର ଇନ ସାଇନ୍ସ ଖୋଲାଯିବାର ଲକ୍ଷ୍ୟ ରହିଛି l ଶିକ୍ଷକ ମାନେ ଅନ ଲାଇନ ମାଧ୍ୟମରେ ଛାତ୍ର, ଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ଷ୍ଟଡ଼ିଓ ରୁମ ହୋଇଛି l ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ହୋଇଥିବା ବେଳେ ଖାଲିଥିବା ପଦବୀକୁ ପୂରଣ କରିବା ପାଇଁ ଚେଷ୍ଟା କରିଛନ୍ତି l କ୍ୟାମସକୁ ଗ୍ରୀନ ଓ ସୌନ୍ଦର୍ଯ୍ୟ କରଣ, ପକ୍କାରାସ୍ତା, ଡ୍ରେନ ନିର୍ମାଣ, ପଲିଥିନ ମୁକ୍ତ, ପ୍ରଦୂଷଣ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି l ପ୍ରତ୍ୟେକ ବର୍ଷ ନିଯୁକ୍ତି ମେଳା କରାଯାଇ ଚାରି ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ବିଭିନ୍ନ ଅନୁଷ୍ଠାନରେ ନିଯୁକ୍ତି ପାଇଁଥିବା ବେଳେ ଆଗାମୀ ଦିନରେ କିଭଳି ଅଧିକ ନିଯୁକ୍ତି ପାଇବେ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କୁଳପତି ପ୍ରକାଶ କରିଛନ୍ତି l ଭିନ୍ନକ୍ଷମ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବା କୁଳପତି ପ୍ରଫେସର ଦାଶ କହିଛନ୍ତି l ବିଶ୍ଵବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories