Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବେଳାଭୂମି ଖୋଲା ଯାଇଥିବା ପାନୀୟ ଜଳ ସେବା କେନ୍ଦ୍ର ରେ ପାଣିର ଅଭାବ।

ଗୋପାଳପୁର,୦୬/୦୫
ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରୀଷ୍ମ ପ୍ରବାହ କୁ ନଜରରେ ରଖି ବିଭିନ୍ନ ସ୍ଥାନ ରେ ପାନୀୟ ଜଳ ସେବା କେନ୍ଦ୍ର ମାନବ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହି କ୍ରମରେ ଗୋପାଳପୁର ଏନ ଏ ସି ପକ୍ଷରୁ ତିନୋଟି ସ୍ଥାନରେ ଏହି ଜଳ ସେବା କେନ୍ଦ୍ର ମାନ ଖୋଲା ଯାଇଛି। କିନ୍ତୁ ଅଧିକାଂଶ ସମୟ କେନ୍ଦ୍ର ପରିସରରେ ରଖାଯାଇଥିବା ମାଠିଆ ମାନଙ୍କରେ ପାଣି ରହୁନଥିବା ଅଭିଯୋଗ ହୋଇଛି।ଦିନ ତମାମ ଗ୍ରୀଷ୍ମ ପ୍ରବାହ ଲାଗି ରହୁଥିବା ସହ ଗୁଳୁଗୁଳି ଲାଗିବା ଏବଂ ବିଦ୍ୟାଳୟ ଛୁଟି ରହୁଥିବାରୁ ଅପରାହ୍ନ ରେ ବେଳାଭୂମି ବୁଲିବାକୁ ଆଖପାଖ ସମେତ ବ୍ରହ୍ମପୁର ରୁ ଅନେକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ଏମାନଙ୍କ ସୁବିଧା ନିମନ୍ତେ ଏନ ଏ ସି ପକ୍ଷରୁ ବେଳାଭୂମି ରେ ଥିବା ପୁଲିସ ଏଇଡ ପୋଷ୍ଟ ନିକଟରେ ଜଳ ସେବା କେନ୍ଦ୍ର ଖୋଲା ଯାଇଛି। ଗତକାଲି ରବିବାର ଥିବାରୁ ସନ୍ଧ୍ୟା ରେ ସଂଖ୍ୟାଧିକ ପର୍ଯ୍ୟଟକ ଙ୍କ ଏଠାରେ ଭିଡ଼ ଜମିଥିଲା। କିନ୍ତୁ ନିଜର ଶୋଷ ମେଣ୍ଟାଇବା ପାଇଁ ଅନେକ ପର୍ଯ୍ୟଟକ କେନ୍ଦ୍ର କୁ ଯାଇ ସେଠାରେ ରଖା ଯାଇଥିବା ଗିଲାସ ରେ ପଣା ପିଇବାକୁ ମାଠିଆ ଟେପ୍ ଖୋଲିବା ସମୟରେ ସେଥିରୁ ପାଣି ବାହାରୁ ନଥିଲା ଫଳରେ ଅନେକ ଏହା ନେଇ ନିରାଶ ହେବା ସହ ଏନ ଏ ସି କର୍ତ୍ତୃପକ୍ଷ ଏଥି ପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ବେଳାଭୂମି ର ପ୍ରାୟ ଦେଢ଼ କିମି ଅଞ୍ଚଳରେ ପର୍ଯ୍ୟଟକଙ୍କ ପାଣି ପିଇବା ପାଇଁ କୌଣସି ପାଇପ କିମ୍ବା ନଳକୂପ ର ବ୍ୟବସ୍ଥା ନଥିବା ଅନେକ ସମୟ ରେ ଏଠାକୁ ଆସୁଥିବା ପର୍ଯ୍ୟଟକ ଯେଉଁମାନେ ୨୦ ଟଙ୍କା ଦେଇ ପାଣି ବୋତଲ କିଣି ପାରନ୍ତି ନାହିଁ ସେମାନେ ଟେପାଏ ପିଇବା ପାଣି ଡହଳବିକଳ ହେଉଥିବା ଦେଖିବାକୁ ମିଳିଥାଏ। ଏଣୁ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକ ଙ୍କ ସୁବିଧା ନିମନ୍ତେ ପିଇବା ପାଣି ର‌ ବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବି ହେଉଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories