ଭୁୁବନେଶ୍ୱର: ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ଜୁନ ୯ ତାରିଖରେ ବିଜେଡି ସରକାର ନେଇ ନିମନ୍ତ୍ରଣ ପ୍ରସଙ୍ଗରେ ସେ କହିଛନ୍ତି ୨ଟି ଲୋକ ନେଇ ବିଜେଡି ସରକାର କରି ପାରିବେନି । ହେଲିକପ୍ଟରରେ ୨ ଜଣ ବୁଲି ବୁଲି ସରକାର କରିବେ କହିଲେ ହେବନି । ସରକାର କରିବା ପାଇଁ ୧୪୭ ଜଣଙ୍କ ସମର୍ଥନ ଦରକାର । ଲୋକଙ୍କୁ ଧୈର୍ଯ୍ୟ, ସାହସ ଦେବାକୁ ସୁଶାସନର ନିମନ୍ତ୍ରଣ ଦିଆଯାଇଛି । ସାରା ଓଡିଶାବାସୀଙ୍କୁ ସରକାର ଗଠନ ନେଇ ମୋଦୀଙ୍କ ବିନମ୍ର ନିମନ୍ତ୍ରଣ ।
ମନରେଗା, ମିଶନ ଶକ୍ତି ବନ୍ଦ ହେବା ନେଇ ବିଜେଡିର ପ୍ରଚାର ପ୍ରସଙ୍ଗରେ ବୈଜୟନ୍ତ ପଣ୍ଡା କହିଛନ୍ତି, ଭୟରେ ଶାସକ ଦଳ ଏମିତି ଅପପ୍ରଚାର କରୁଛି । କୌଣସି କେନ୍ଦ୍ର ଯୋଜନାକୁ କେନ୍ଦ୍ର ସରକାର ବନ୍ଦ କରିବେ ନାହିଁ । ଲୋକେ ଜାଣି ଗଲେଣି ଆବାସ, ରାସନ ସବୁ କେନ୍ଦ୍ର ସରକାର ଦେଉଛନ୍ତି । ରାଜ୍ୟ ସରକାର କେନ୍ଦ୍ର ଯୋଜନାରେ ନିଜର ଷ୍ଟାମ୍ପ ମାରି ଛାଡୁଛନ୍ତି । ଲୋକ ସବୁ କିଛି ଜାଣିଗଲା ପରେ ଶାସକ ଦଳ ଭୟଭୀତ ହୋଇ ପଡିଛି । ପରାଜୟ ଭୟରେ ସେମାନେ ଏମିତି ଅପ ପ୍ରଚାର କରୁଛନ୍ତି । କୌଣସି ଯୋଜନା ବନ୍ଦ ହେବନି, ବିଜେପି ଆସିଲେ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ହେବ ।
କେନ୍ଦ୍ରାପଡାରେ ବିଜେପି ବହୁମତ ପାଇବ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ସାରା ଓଡିଶାରେ ମୋଦୀ ଲହର ଚାଲିଛି । କେନ୍ଦ୍ରାପଡାରେ ଏହି ଲହର ପ୍ରବଳ ଚାଲିଛି । ଦୈନିକ ଶହ ଶହ କର୍ମୀ ଅନ୍ୟ ଦଳରୁ ଆସି ବିଜେପିରେ ମିଶୁଛନ୍ତି । ବିଜେଡିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରାପଡାରେ ନିଶ୍ଚିତ ଜିତି ମୋଦୀଙ୍କ ୪୦୦ ପାର୍ ଅଂଶ ବିଶେଷ ହେବୁ । ସମସ୍ତ ୭ ବିଧାନସଭାରେ ବହୁମତ ପାଇ ଓଡିଶା ସୁଶାସନରେ ସାମିଲ ହେବୁ ।