Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦ରେ ଭୁୁବନେଶ୍ୱରରେ ମୋଦୀଙ୍କ ବିଶାଳ ରୋଡ୍ ଶୋ, ରୁଟ୍ ନିର୍ଦ୍ଧାରିତ

ଭୁୁବନେଶ୍ୱର: ଗତକାଲି ଅର୍ଥାତ ୬ ତାରିଖରେ ନିଜ ଭାଷଣରେ ଶାଣିତ ସ୍ୱରରେ ବିଜେଡିକୁ ହମଲା କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଏହାର ଦୁଇ ଦିନ ପରେ ଅର୍ଥାତ ୧୦ ତାରିଖରେ ପୁଣି ଥରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେହି ଦିନ ଭୁୁବନେଶ୍ୱରରେ ଏକ ବିଶାଳ ରୋଡ ଶୋ କରିବେ ମୋଦୀ ।

ଏହି ଶୋ ମାଷ୍ଟରକ୍ୟାଣ୍ଟିନରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ମୋଦୀଙ୍କ ରୋଡ ଶୋରେ ହଜାର ସଂଖ୍ୟକ ଲୋକଙ୍କ ସମାଗମ ହେବ । ମୋଦୀଙ୍କ ଏହି କାର୍ଯ୍ୟକ୍ରମ ବିଷୟରେ ମଙ୍ଗଳବାର ସୂଚନା ଦେଇଛନ୍ତି ଭୁୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ସେ ଏକ ଅଡିଓ ବାର୍ତ୍ତା ମାଧ୍ୟମରେ ଲୋକଙ୍କୁ ଅପିଲ୍ କରିଛନ୍ତ ।

ରୋଡ ଶୋ ପରେ ସେହି ଦିନ ରାତ୍ରିଯାପନ କରିବେ ପ୍ରଧାନମନ୍ତ୍ରୀ । ଏହା ପରେ ୧୧ ତାରିଖରେ ସେ ବଲାଙ୍ଗୀର ଯାଇ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି । ଭୁବନେଶ୍ୱର ବିମାନବନ୍ଦର ଅଧିକାରୀ, ଝଚଏଙ୍କ ସହ କମିଶନରେଟ ପୋଲିସର ବୈଠକ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ କୁହାଯାଇଛି।

ଗତକାଲି ବ୍ରହ୍ମପୁର ଓ ନବରଙ୍ଗପୁର ସଭାରେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଶାଣିତ ସ୍ୱରରେ ଟାର୍ଗେଟ୍ କରି କହିଥିଲେ ଆସନ୍ତା ମାସ ୪ ତାରିଖରେ ବିଜେଡି ସରକାରର ଏକ୍ସପାରୀ ଡେଟ ଲେଖାଅଛି। ୬ ଜୁନ୍‌ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଫାଇନାଲ ହେବ। ୧୦ ଜୁନ୍‌ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ। ଉକ୍ତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା। ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଆମେ ସଙ୍କଳ୍ପପତ୍ରର ଗୋଟିଏ ଗୋଟିଏ ପ୍ରତିଶ୍ରୁତି ପୂରଣ କରିବୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ