Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେପିକୁ ଭିକେ ପାଣ୍ଡିଆନଙ୍କ ଆହ୍ୱାନ, ଯଦି ଦମ ଅଛି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ

ଭୁୁବନେଶ୍ୱର: ଖଲ୍ଲିକୋଟ ଜନସଭାରୁ ବିଜେପିକୁ ଭିକେ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ । ବିରୋଧୀ ଦଳଙ୍କ ମୁଖ୍ୟମନ୍ତ୍ରୀ ଚେହେରା କିଏ ? ବିଜେପିକୁ ଆହ୍ୱାନ ଦେଇ କହିଛନ୍ତି ଯଦି ଅମ୍ ଅଛି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରନ୍ତୁ । ମୁଖ୍ୟମନ୍ତ୍ରୀ କିଏ ହେବ ତାର ଚୟନ ଓଡିଶାବାସୀ କରିବେ । ହାଇକମାଣ୍ଡ ଚୟନ କରି ପାରିବେ ନାହିଁ ଯେ, ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ ? ଏମିତି ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ପାଣ୍ଡିଆନ ।

ସେ କହିଛନ୍ତି, ବିଜେପି ଯାହା ଚାହୁଁଛି ସେମିତି ହେଲେ ଓଡିଶା ୨୦ରୁ ୨୫ ବର୍ଷ ତଳକୁ ପଳାଇବ । ନବୀନ ବାବୁ ଓଡିଶାବାସୀଙ୍କ ପ୍ରତି ଉତ୍ତରଦାୟୀ ରହିବେ। ଆଉ କିଏ ମୁଖ୍ୟମନ୍ତ୍ରୀ ହେଲେ ସେ ହାଇକମାଣ୍ଡଙ୍କ ପାଇଁ ଉତ୍ତରଦାୟୀ ରହିବ । ନବୀନ ବାବୁଙ୍କ ରିପୋର୍ଟ ସାଢେ ୪ କୋଟି ଓଡିଶାବାସୀଙ୍କ ହାତରେ ରହିଛି । ଆଉ ଜୁନ ୯ରେ ଷଷ୍ଠ ଥର ନବୀନ ବାବୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପାଣ୍ଡିଆନ କହିଛନ୍ତି ।

ଗତକାଲି ମଧ୍ୟ ବିଜେପିକୁ ଶାଣିତ ସ୍ୱରରେ ହମଲା କରିଥିଲେ ପାଣ୍ଡିଆନ । କହିଥିଲେ, ବିଜେପିର ବର୍ଷକୁ ୨ କୋଟି ରୋଜଗାର ଓ ଚାଷୀଙ୍କ ଆୟ ଦୁଇ ଗୁଣ ଗ୍ୟାରେଣ୍ଟି ଗଲା କୁଆଡେ । ଡବଲ ଇଞ୍ଜିନ ଚାଲିଥିବା ରାଜ୍ୟରେ ଅର୍ଥନୀତି ଭୁଶୁଡି ପଡିଛି । ସେଠାରେ ତେଲ ସରି ଡବଲ ଇଞ୍ଜିନ ସରକାରର ଗାଡି ବନ୍ଦ ହୋଇ ଯାଉଛି । ଡବଲ ଇଞ୍ଜିନ ଆସିଲେ ୨୦ ବର୍ଷ ପଛକୁ ଯିବ ରାଜ୍ୟ ବୋଲି ପାଣ୍ଡିଆନ କହିଛନ୍ତି ।