Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ସ୍ଵତନ୍ତ୍ର ବତ୍କୃତା କାର୍ଯ୍ୟକ୍ରମ

ଗୋପାଳପୁର ୭/୫
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସିନେଟ୍ ହଲ ଠାରେ ଆଜି ଅପରାହ୍ନରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ବକୃତା କାର୍ଯକ୍ରମ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ଦିଲ୍ଲୀ ସ୍ଥିତ ଆଇ ଆଇ ଟି ର ଅର୍ଥନୀତି ବିଭାଗର ପ୍ରଫେସର ରିତିକା ଖେରା ଯୋଗ ଶୀର୍ଷକ ବେକାରୀ ଭତ୍ତା ଓ ଆର୍ଥିକ ଅନୁଦାନ ଏକ ଅଧିକାର ଉପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଭତ୍ତା ଓ ଆର୍ଥିକ ସହାୟତା ଏକ ଅଧିକାର କୁ ନେଇ ନିଜ ମତ ଦେଇଥିଲେ। ମଧୁବାବୁ ପେନସନ, ମଧ୍ୟାହ୍ନ ଭୋଜନ ,ବlର୍ଦ୍ଧକ୍ୟ ଭତ୍ତା ଆଦି ଉପରେ ଆଲୋକପାତ କରିବା ସହ ବିଭିନ୍ନ ରାଜ୍ୟର ଯୋଜନା ସହିତ ତୁଳଣାତ୍ମକ ବିଶ୍ଳେଷଣ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ଦାଶ ବିଭିନ୍ନ ଯୋଜନାର ଆଇନ କାନୁନ ଏବଂ ଯୋଜନାର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ଭାର ପ୍ରାପ୍ତ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଯୋଗ ଦେଇ ଥିବା ବେଳେ ପ୍ରଫେସର୍ ମୃତ୍ୟୁଞ୍ଜୟ ସ୍ବାଇଁ ଆଲୋଚକ ଭାବେ ଯୋଗ ଦେଇଥିଲେ। ଆଇ କ୍ୟୂ ଏ ସି ର ସହ ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀ ଧର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଡ଼ଃ ସଦାନନ୍ଦ ନାୟକ ଆଭିମୁଖ୍ୟ ପ୍ରଦାନ ସହ ସଭା ପରିଚାଳନା କରିଥିଲେ।ଏଥିରେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories