ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଯୁକ୍ତ ୩ ଷଷ୍ଠ ସେମିଷ୍ଟାର ରେଗୁଲାର ଓ ବେକ ୨୦୨୪ ପରୀକ୍ଷା ଫଳ ପ୍ରକାଶିତ ।କଳାରେ ପାସହାର ୯୬.୦୧%, ବିଜ୍ଞାନ ରେ ୯୦.୮୪% ଓ ବାଣିଜ୍ୟ ରେ ୭୭.୮୭ %।


ଗୋପାଳପୁର ୭/୫
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ଷଷ୍ଠ ସେମିଷ୍ଟାର ତଥା ଶେଷ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ରେଗୁଲାର ଓ ବେକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି l କଳାରେ ୧୫୮୩୨ ଜଣ ଛାତ୍ର ଛାତ୍ରୀ ପଞ୍ଜିକୃତ କରିଥିବା ବେଳେ ୧୫୬୭୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୫୦୫୧ ପାସ ହୋଇଥିବା ବେଳେ ପାସ ହାର ୯୬.୦୧ %, ସେହିପରି ବାଣିଜ୍ୟରେ ୧୬୬୦ ଜଣ ଛାତ୍ର ଛାତ୍ରୀ ପଞ୍ଜିକୃତ କରିଥିବା ବେଳେ
୧୬୪୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୨୮୧ ପାସ ହୋଇଥିବା ବେଳେ ପାସ ହାର ୭୭.୮୭ %, ସେହିପରି ବିଜ୍ଞାନରେ ମୋଟ ୬୧୦୬ ଜଣ ଛାତ୍ର ଛାତ୍ରୀ ପଞ୍ଜିକୃତ କରିଥିବା ବେଳେ ୬୦୩୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୫୪୮୪ ପାସ ହୋଇଥିବା ବେଳେ ପାସ ହାର ୯୦.୮୪% ହୋଇଛନ୍ତି l ଏହି ପରୀକ୍ଷା ଚଳିତ ବର୍ଷ ମାର୍ଚ୍ଚ ମାସରେ ହୋଇଥିଲା l ଆଜି ଅପରାହ୍ନରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ କକ୍ଷରେ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟ ନାରାୟଣ କୁଣ୍ଡ, ସହ ପରୀକ୍ଷା ନିୟନ୍ତ୍ରକ ଡ଼. ସତ୍ୟବ୍ରତ ପାତ୍ର, ଉପ କୁଳସଚିବ ଡ଼. ବାବୁଜୀ ସାମଲ, ସହ କୁଳସଚିବ ଡ଼. ସରୋଜ କୁମାର ଦାଶ, ପରୀକ୍ଷା ବିଭାଗର ସେକ୍ସନ ଅଫିସର ଅଜିତ କୁମାର ବେହେରା, ପ୍ରସନ୍ନ ଜିତ୍ ବେହେରା, ସୁରେନ୍ଦ୍ର ନାୟକ, ଅରବିନ୍ଦ ନାୟକ, ଦାନେଶୁ ରେଡି,ସତ୍ୟ ନାରାୟଣ ଶତପଥୀ, ଶ୍ରୀକାନ୍ତ କୁମାର ଦାଶ ଉପସ୍ଥିତ ରହି ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ l ଛାତ୍ର, ଛାତ୍ରୀ ମାନେ ବିଶ୍ଵବିଦ୍ୟାଳୟଇ ୱେବ୍ସ ସାଇଟ୍ www.buodisha.edu.in ମାଧ୍ୟମରେ ପରୀକ୍ଷା ଫଳ ଏବଂ ସାର୍ଟିଫିକେଟ ଡାଉନ୍ ଲୋଡ କରିପାରିବେ ବୋଲି କୁଳପତି ପ୍ରଫେସର ଦାସ କହିଛନ୍ତି l ଶ୍ରେଷ୍ଠ ଟପ୍ପର ଭାବେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିରର କମ୍ପୁଟର ସାଇନ୍ସ ଛାତ୍ରୀ ଆଦିତ୍ୟା ଚୌଧୁରୀ ୧୩୪୬ ସର୍ବାଧିକ ମାର୍କ ରଖି ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି l କଳାରେ ଆଥ୍ରୋପୋଲୋଜି ବିଭାଗର ମୋଡେଲ ଡିଗ୍ରୀ କଲେଜ ରାୟଗଡାର ପଦ୍ମିନୀ ସେଠି ୧୧୭୩ ସର୍ବାଧିକ ମାର୍କ ରଖି ଟପର ହୋଇଛନ୍ତି l ସେହିପରି ଅର୍ଥନୀତିରେ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜର ଦୀପକ କୁମାର ପାତ୍ର ୧୧୭୦,ଶିକ୍ଷାରେ ଦିଗପହଣ୍ଡି ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ପାଲକି ମାମାଲି ୧୨୩୯,ଇଂରାଜୀରେ ଡ଼ମ୍ବସରା ଆଞ୍ଚଳିକ ଡିଗ୍ରୀ କଲେଜର ଆଶିଷ ନନ୍ଦ ୧୦୮୩, ଭୂଗୋଳରେ
ଭୂଗୋଳରେ କାଶୀନଗର ଶ୍ରୀରାମ ଡିଗ୍ରୀ କଲେଜ ପ୍ରିୟ ଦର୍ଶିନୀ ପ୍ରଧାନ ୧୨୧୯,ହିନ୍ଦୀ ରେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଗଣେଶ ସ୍ୱାଇଁ ୧୨୯୪,, ଇତିହାସରେ ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର ଜେ. ଅଙ୍କିତା ପୃଷ୍ଟି ୧୧୮୫,ଗୃହ ବିଜ୍ଞାନ ରେ ଏସ. ବି. ଆର ସହକାରୀ ମହିଳା ମହାବିଦ୍ୟାଳୟର ସୋନାଲି ସାହୁ ୧୨୧୩,ଆଇ ଆର ଏଣ୍ଡ ପି ଏମ ରେ ଗୁଣୁପୁର ଥାଇରାମା ମହିଳା ମହାବିଦ୍ୟାଳୟର ସଦାଶିନୀ ଶ୍ରାବଣୀ କୁମାରୀ ୧୨୦୫,
ସାମ୍ବାଦିକ ଓ ଗଣ ଯୋଗାଯୋଗରେ କେ ଏସ ୟୁ ବି ଭଞ୍ଜନଗରର ଶୁଭମ ସୁଭଦ୍ରା ପ୍ରଧାନ ୧୦୫୦, ଓଡ଼ିଆରେ ଖଲ୍ଲିକୋଟ ଆର ସି ଏମ ସାଇନ୍ସ କଲେଜର ଅପରମିତା ଦେବଦର୍ଶନୀ ପଟ୍ଟନାୟକ ୧୨୩୮, ଫିଲୋସୋଫିରେ ବ୍ରହ୍ମପୁର ଏସ ବି ଆର ମହିଳା ମହାବିଦ୍ୟାଳୟର ଶୁଭଶ୍ମିତା ବାରିକ ୧୧୨୨,ରାଜନୀତି ବିଜ୍ଞାନ ଆସିକା ନିରଞ୍ଜନ ମହିଳା ମହାବିଦ୍ୟାଳୟର ପୂଜା ଗୌଡ଼ ୧୧୮୯, ସାଇକୋଲୋଜି ବ୍ରହ୍ମପୁର ଏସ ବି ଆର ମହିଳା ମହାବିଦ୍ୟାଳୟର ପ୍ରେରଣା ମହାରଣା ୧୨୨୫,ସଂସ୍କୃତ ବ୍ରହ୍ମପୁର ଏସ ବି ଆର ମହିଳା ମହାବିଦ୍ୟାଳୟର ସୂଦୀପ୍ତା ସାହୁ ୧୨୦୭,ସୋସିଓଲୋଜି ମୋଡେଲ ଡିଗ୍ରୀ କଲେଜ ରାୟଗଡାର ପୁଷ୍ପିତା ପ୍ରିୟଦର୍ଶିନୀ ୧୧୫୭ ଟପ୍ପର ହୋଇଛନ୍ତି l ସେହିପରି ବାଣିଜ୍ୟ ବିଭାଗର (ବି.କମ) ରେ ଗୋପାଳପୁର କଲେଜର ଏସ. ସୁପ୍ରିୟା ରେଡି ୧୨୪୦ ରଖି ଟପ୍ପର ହୋଇଛନ୍ତି l ବିଜ୍ଞାନ ବିଭାଗର ଉଦ୍ଭିଦ ବିଜ୍ଞାନରେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିରର ପାୟଲ ପଣ୍ଡା ୧୨୮୩,ରସାୟନ ବିଜ୍ଞାନରେ ଆସ୍କା ବିଜ୍ଞାନ ମହାବିଦ୍ୟାଳୟର ରଶ୍ମି ରେଖା ପଲେଇ ୧୩୨୫, କମ୍ପୁଟର ସାଇନ୍ସ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିରର ଆଦିତ୍ୟ ଚୌଧୁରୀ ୧୩୪୬, ଇଲୋକ୍ଟ୍ରୋନିକସ କେ ଏସ ୟୁ ବି ଭଞ୍ଜନଗରର ଜୋଏଲ ନାୟକ ୧୧୫୦,ଜିଓଲୋଜିର ଚିକିଟି ମହାବିଦ୍ୟାଳୟର ଅନିକେତ ପ୍ରଧାନ ୧୩୦୫, ଇନ୍ଫୋରମେସନ ଟେକ୍ନୋଲୋଜି ଖେମୁଣ୍ଡି କଲେଜ ଦିଗପହଣ୍ଡି ଅବିନାଶ ଗୌଡ଼ ୧୨୬୬,ଗଣିତ ଚିକିଟି ମହାବିଦ୍ୟାଳୟର ଶ୍ଵେତା ପ୍ରଧାନ ୧୨୨୭,ପ୍ରଦାର୍ଥ ବିଜ୍ଞାନର ବ୍ରହ୍ମପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗରର ଡ଼ି. ଓମ ସଦଭାବନା ୧୨୯୯,ପ୍ରାଣୀ ବିଜ୍ଞାନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର ସିଲା ସଞ୍ଜନା କୁମାରୀ ପାତ୍ର ୧୩୧୬ ନମ୍ବର ରଖି ଟପ୍ପର ହୋଇଛନ୍ତି l ଏ ନେଇ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କହିଥିଲେ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶ ଠିକ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ପରୀକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି l