Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ପ୍ରଚାର ଗାଡି ଭଙ୍ଗାରୁଜା ସହ ଡ୍ରାଇଭର କୁ ମାଡ଼ ନେଇ ବିଜେପି ବିଧାୟକ ପ୍ରାର୍ଥୀ ଙ୍କ ନାମରେ ଲିଖିତ ଅଭିଯୋଗ।

ଗୋପାଳପୁର,୦୭/୦୫
ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଚଟି ଛକ ଠାରେ ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା ଙ୍କ ଏକ ପ୍ରଚାର ଗାଡି ପ୍ରଚାର କରୁଥିବା ବେଳେ ବିଜେପି ର ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ଜେନା ଙ୍କ ସମେତ ତାଙ୍କର କେତେକ ସମର୍ଥକ ଗାଡି ର ଡ୍ରାଇଭର କୁ ମାଡ଼ ମାରିବା ସହ ଗାଡ଼ି ର କାଚ ଭାଙ୍ଗି ସେଥିରେ ଲାଗିଥିବା ପ୍ରଚାର ବ୍ୟାନର କୁ ଚିରି ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ମନ୍ତ୍ରୀଡି ର ଅଞ୍ଚଳର ଏକ ଟାଟା ଏସି (ଓଡି ୦୭ ଏମ ୧୧୭୩) କୁ ଚଳାଇ ଡ଼୍ରାଇଭର ତ୍ରିନାଥ ସେଠୀ ଓ ହେଲପର ଅଜିତ କର ପ୍ରମୁଖ ଯାଉଥିବା ବେଳେ ସେହି ରାସ୍ତା ଦେଇ ପ୍ରଚାର ରେ ଯାଉଥିବା ବିଭୂତି , ତାଙ୍କୁ ଗାଡିରୁ ତଳକୁ ଟାଣି ଆଣି ମାଡ଼ ମାରିବା ସହ ତାଙ୍କର କିଛି ସମର୍ଥକ ଗାଡ଼ିର କାଚ କୁ ଭଙ୍ଗାରୁଜା କରି ଗାଡ଼ିରେ ଲାଗିଥିବା ବ୍ୟାନର କୁ ଚିରି ଦେଇଥିଲେ ବୋଲି ତ୍ରିନାଥ ନିଜ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି । ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୦୯/୨୪ ରେ ଏକ ମାମଲା କରାଯାଇ ତଦନ୍ତ ଜାରି ରହିଥିବା ସଦର ଏସ ଡି ପି ଓ ଶୁଭ୍ରାଂଶୁ ପରିଡା ସୂଚନା ଦେଇଛନ୍ତି।ଅନ୍ୟ ପଟେ ଏହି ଘଟଣା ନେଇ ଶ୍ରୀ ଜେନାଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ବିରୋଧୀ ଛାନିଆ ହୋଇ ଜ୍ବର ବିକଳରେ ତାଟିଆ କାମୁଡିବା ନ୍ୟାୟରେ ଅଭିଯୋଗ କରିଛି।ଯାହା ସମ୍ପୂର୍ଣ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ଅଟେ।ଘଟଣା ସମୟରେ ଉକ ପ୍ରଚାର ଗାଡି ଟି ଚଟି ଛକରେ ପ୍ରଚାର କରୁଥିଲା।ମୁଁ ମୋର ସମର୍ଥକଙ୍କ ସହ ସେହି ରାସ୍ତା ଦେଇ ଯାଉଥିବା ବେଳେ ଗାଡି ଟି ରାସ୍ତା ମଝିରେ ରଖା ଯାଇଥିବା ସହ ସେଥିରେ ଡ୍ରାଇଭର ନଥିଲେ ଏଥି ନେଇ ମୁଁ କେବଳ ଡ଼୍ରାଇଭର ଉପରେ ବିରକ୍ତି ହୋଇଥିଲି। ଏବଂ ସେଠାରୁ ଚାଲି ଯାଇଥିଲୁ। ମୋ ଉପସ୍ଥିତ ରେ କୌଣସି ଗଣ୍ଡଗୋଳ କିମ୍ବା କାହାକୁ ମାଡ଼ ମରା ଯାଇନଥିବା ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ