Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ପୁଲିସ ବ୍ରଦରହୁଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲ୍ଲାରେ କର୍ତ୍ତବ୍ୟରତ ବିଭିନ୍ନ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ସମନ୍ୱୟ ଓ ଭାଇଚାରା ସୃଷ୍ଟି କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ଏକ ନୂତନ ପ୍ରୟାସ ଆରମ୍ଭ କରାଯାଇଛି। ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସୁରକ୍ଷା ବାହିନୀର ଯବାନ ମାନଙ୍କ ମଧ୍ୟରେ ପୁଲିସ ବ୍ରଦରହୁଡ ନାମରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି। ସ୍ଥାନୀୟ ପୁଲିସ ରିଜର୍ଭ ପଡିଆଠାରେ ଆୟୋଜିତ ହେଉଥିବା ଏହି କ୍ରିକେଟ ପ୍ରତିଯୋଗିତାରେ କନ୍ଧମାଳ ପୁଲିସ ସହ ବିଏସଏଫ, ସିଆରପିଏଫ, ଡିଭିଏଫ, ଏସଏସବିଏନ,ଏସଓଜି ଓ ଆଇଆରବିଏନ ଦଳ ଅଂଶଗ୍ରହଣ କରୁଛନ୍ତି। କନ୍ଧମାଳ ଏସପି ଶ୍ରୀ ପାତ୍ର ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ପ୍ରଥମ ଦିନରେ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚରେ ଏସଏସବିଏନ ଦଳ ବିଏସଏଫକୁ ୪ ଉଇକେଟରେ ହରାଇଥିବା ବେଳେ ଅନ୍ୟ ମ୍ୟାଚରେ ଏସଓଜି ଦଳ ଜିଲ୍ଲା ପୁଲିସକୁ ୬୭ ରନରେ, ଆଇଆରବିଏନ ଦଳ ସିଆରପିଏଫକୁ ୭ ଉଇକେଟରେ ଏବଂ ଡିଭିଏଫ ଦଳ ହୋମଗାର୍ଡ ଦଳକୁ ୮୪ ରନରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଆସନ୍ତା ୧୯ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ରିଜର୍ଭ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।